www.samajalive.in
Tuesday, December 9, 2025
16.1 C
Bhubaneswar

ଲୋକସେବକ ମଣ୍ଡଳ ନିର୍ବାଚନ : ରାଜକୁମାର ରାଷ୍ଟ୍ରୀୟ ସଭାପତି, ଭୀମ୍‌ସେନ ସମ୍ପାଦକ

ନୂଆଦିଲ୍ଲୀ : ୨୦୨୩-୨୫ ବର୍ଷ ପାଇଁ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଭାବେ ଶ୍ରୀ ରାଜକୁମାର ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ଲଜପତ୍‌ ଭବନସ୍ଥିତ ଲୋକସେବକମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀ ରାଜକୁମାର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ରହିବ। ପୂର୍ବରୁ ୨୦୨୧-୨୩ ବର୍ଷ ପାଇଁ ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ତୁଲାଇଥିଲେ। ସେହିପରି ଶ୍ରୀ ଦୀପକ ମାଲବ୍ୟ ରାଷ୍ଟ୍ରୀୟ ଉପସଭାପତି, ଶ୍ରୀ ଭୀମସେନ୍‌ ରାଷ୍ଟ୍ରୀୟ ସମ୍ପାଦକ ଏବଂ ଶ୍ରୀ ନିରଞ୍ଜନ ରଥ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ବୈଠକରେ ଲୋକସେବକମଣ୍ଡଳର ଆଜୀବନ ସଦସ୍ୟ ଶ୍ରୀ ରାଜେନ୍ଦ୍ର ଜେନାଙ୍କ ପ୍ରସ୍ତାବକ୍ରମେ ଶ୍ରୀ ଦୀପକ ମାଲବ୍ୟ, ଶ୍ରୀ ଭୀମ୍‌ସେନ, ଶ୍ରୀ ନିରଞ୍ଜନ ରଥ, ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀ ସତ୍ୟପାଲ ଏବଂ ଶ୍ରୀମତୀ ନିମିଷା ଆମିନ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories