www.samajalive.in
Monday, December 15, 2025
26.1 C
Bhubaneswar

ବ୍ରିଟେନ ଫେରନ୍ତାଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ : ବ୍ରିଟେନରେ ନୂଆ ପ୍ରକାରର କରୋନା ଭୂତାଣୁ ସଂକ୍ରମଣକୁ ନେଇ ଭାରତ ସରକାର ଏହି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ସାଧାରଣ କାର୍ଯ୍ୟକାରୀ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଏସଓପି ନଭେମ୍ବର ୨୫ରୁ ଡିସେମ୍ବର ୮ ତାରିଖ ମଧ୍ୟରେ ବ୍ରିଟେନରୁ ଭାରତ ଫେରିଥିବା ଲୋକଙ୍କ ପାଇଁ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ। ଯଦି କାହାର ନମୁନା ରିପୋର୍ଟ ପଜିଟିଭ୍ ଆସେ ତେବେ ତାଙ୍କୁ କରୋନା ଚିକିତ୍ସା ପ୍ରକ୍ରିୟା ଅନୁଯାୟୀ ଚିକିତ୍ସା କରାଯିବ। ଯଦି ବ୍ରିଟେନର ନୂଆ ପ୍ରକାର ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାନ୍ତି ତେବେ ସେ ସ୍ବତନ୍ତ୍ର ଆଇସୋଲେସନରେ ରହିବେ।

ନଭେମ୍ବର ୨୫ରୁ ଡିସେମ୍ବର ୮ ମଧ୍ୟରେ ବ୍ରିଟେନରୁ ଫେରିଥିବା ବ୍ୟକ୍ତି ବିଶେଷ ଜିଲା ଅନୁସନ୍ଧାନକାରୀ ଅଧିକାରୀଙ୍କୁ ଅବଗତ କରାଇବେ ଏବଂ ନିଜେ ନିଜର ସ୍ବାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବେ। ଯେଉଁମାନେ ବ୍ରିଟେନରୁ ଫେରିଥିବା କିମ୍ବା ବ୍ରିଟେନର କୌଣସି ବିମାନବନ୍ଦର ଦେଇ ଫେରିଥିବେ ସେମାନଙ୍କର ଆରଟି ପିସିଆର ପରୀକ୍ଷାକୁ ରାଜ୍ୟ ସରକାରଗୁଡିକ ନିଶ୍ଚିତ କରାଇବେ। ସେହିପରି ସମସ୍ତ ବିଦେଶ ଫେରନ୍ତା ସେମାନଙ୍କର ୧୪ଦିନର ଗସ୍ତ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିବେ। ଏହି ନୂଆ ପ୍ରକାର ଭୂତାଣୁ ସଂକ୍ରମଣକୁ ନେଇ ଭାରତ ସରକାର ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ନିଷିଦ୍ଧ କରିଛନ୍ତି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories