www.samajalive.in
Tuesday, December 9, 2025
16.1 C
Bhubaneswar

ସାମିଙ୍କୁ ୬ ସପ୍ତାହ ବିଶ୍ରାମ ପରାମର୍ଶ; ଆଜି ସ୍ବଦେଶ ଫେରିବେ

ନୂଆଦିଲ୍ଲୀ : ଡାହାଣ ହାତ ଭାଙ୍ଗି ଯାଇଥିବା ଭାରତୀୟ ଫାଷ୍ଟବୋଲର ମହମ୍ମଦ ସାମିଙ୍କୁ ୬ ସପ୍ତାହ ବିଶ୍ରାମ ନେବାର ପରାମର୍ଶ ଦିଆଯାଇଛି। ବୁଧବାର ସାମି ଭାରତ ଫେରିଆସିବେ ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ। ଆଡିଲେଡ୍‌ ଟେଷ୍ଟର ୨ୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ପ୍ୟାଟ୍‌ କମିନ୍‌ସଙ୍କ ବଲ୍‌ ସାମିଙ୍କ ଡାହାଣ ହାତରେ ବାଜିଥିଲା। ପରେ ସ୍କାନିଂରୁ ଜଣା ପଡ଼ିଥିଲା ​‌ଯେ ସାମିଙ୍କ ହାତ ଭାଙ୍ଗିଯାଇଛି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ସାମି ବାଦ୍ ପଡ଼ିଛନ୍ତି। ଭାରତରେ ପହଞ୍ଚିବା ପରେ ସାମି କିଛିଦିନ ସଂଗରୋଧରେ ରହିବେ।

ଜାନୁଆରୀ ଶେଷ ସୁଦ୍ଧା ସାମି ଫିଟ୍‌ ହୋଇଯିବେ ବୋଲି ବିସିସିଆଇ କହିଛି। ଫେବୃଆରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ଭାରତ ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍‌ରେ ସାମି ଖେଳିପାରିବେ ବୋଲି ବିସିସିଆଇ ଆଶାରଖିଛି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ପେସ୍ ବୋଲର ଈଶାନ୍ତ ଶର୍ମା ବାଦ୍ ପଡ଼ିଥିବା ବେଳେ ସାମି ମଧ୍ୟ ବାଦ୍‌ପଡ଼ିବା ଦ୍ବାରା ଭାରତୀୟ ବୋଲିଂ ଆକ୍ରମଣ ଦୁର୍ବଳ ହୋଇଯାଇଛି। ୨୦୧୮ କ୍ୟାଲେଣ୍ଡର ବର୍ଷରେ ଈଶାନ୍ତ, ସାମି ଓ ଯଶପ୍ରୀତ ବୁମ୍‌ରା ମିଳିତ ଭାବେ ୧୩୬ଟି ୱିକେଟ ନେଇଥିଲେ। ଏହି ୧୩୬ ୱିକେଟରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରୁ ୪୫ଟି ୱିକେଟ ଆସିଥିଲା।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories