www.samajalive.in
Saturday, December 6, 2025
15.1 C
Bhubaneswar

କଟକରେ ମେଡ଼ିକାଲ ପାଇଁ ଏସଓପି ଜାରି

କଟକ : କଟକ ସହରରେ ସମସ୍ତ ମେଡ଼ିକାଲ ପାଇଁ ଏସଓପି ଜାରି କରାଯାଇଛି । କରୋନା ସ୍ଥିତି ନେଇ ଜିଲାପାଳଙ୍କ ଅଫିସ୍‌ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ କଟକ ଜିଲା କରୋନା ପର୍ଯ୍ୟବେକ୍ଷକ  ସୌରଭ ଗର୍ଗ ପ୍ରତିକ୍ରିୟା ରଖି କହିଛନ୍ତି  ଶିଶୁ ଭବନ , ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ପାଇଁ ଏସଓପି ଜାରି କରାଯାଇଛି । ଏହି ୩ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ସ୍ୱତନ୍ତ୍ର ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଟକ ବଡ଼ ମେଡ଼ିକାଲରେ ଯେପରି ପୂର୍ବପରି ସଂକ୍ରମଣ ନ ବ୍ୟାପେ ସେ ନେଇ ଦୃଷ୍ଟି ଦିଆଯିବ । ଏବେ ଲକଡାଉନ ଚାଲିଛି । କଟକ ସହର ଓ ମେଡ଼ିକାଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିବ । ଏଥିସହ ସୌରଭ ଗର୍ଗ କହିଛନ୍ତି ଯେ , ସ୍ୱତନ୍ତ୍ର ଟିମ ଦ୍ୱାରା କଟକ ସହରରେ ସର୍ଭେଲାନ୍ସ କରାଯିବ । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା କଟକ ସହରରେ ୩୩୪ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୮୮ ଜଣ ସୁସ୍ଥ ହୋଇଥିଲେ । ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩୯ ଟି ଆକ୍ଟିଭ କେସ୍ ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories