www.samajalive.in
Saturday, December 6, 2025
26.1 C
Bhubaneswar

ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗରପ୍ରିଣ୍ଟ ମନା

ଭୁବନେଶ୍ୱର: ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବାକୁ ପଡିବନି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ବାୟୋମେଟ୍ରିକ୍ସ ମେସିନର ବ୍ୟବହାର ହେବନି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏନେଇ ମନ୍ତ୍ରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି।


ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ବିଟ୍‌ରେ ଳେଖିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଫିଙ୍ଗର ପ୍ରିଣ୍ଟ ସ୍କାନର ଏବଂ ଆଇଆରଏସ ଡିଭାଇସ ବ୍ୟବହାର ବନ୍ଦ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶାନାମା ନ ଆସିବା ଯାଏଁ ରାସନ ସାମଗ୍ରୀ ବଣ୍ଟନ ବେଳେ ଫିଙ୍ଗର ପ୍ରିଣ୍ଟ ବ୍ୟବସ୍ଥା ବନ୍ଦ ରଖିବାକୁ କୁହାଯାଇଛି । ଏଥି ପାଇଁ ରାଜ୍ୟର ସମସ୍ତ ଜିଲାପାଳ ମାନଙ୍କୁ ଚିଠି ଯୋଗେ ସୂଚନା ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ କରୋନା ମହାମାରୀ ବ୍ୟାପିବାର ଆଶଙ୍କ ରହିଥିବା କାରଣରୁ ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ପିଙ୍ଗରପ୍ରିଣ୍ଟ ଦେବାକୁ କେତେକ ସ୍ଥାନରେ ହିତାଧିକାରୀ ମାନେ ମନା କରିବା ସହ ଡିଲରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ମନ୍ତ୍ରୀ ଆଜି ପିଡିଏସ୍ ସାମଗ୍ରୀ ବଣ୍ଟନ ବେଳେ ଆଉ ଫିଙ୍ଗରପ୍ରିଣ୍ଟ ଦେବାକୁ ପଡିବନି ବୋଲି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories