www.samajalive.in
Saturday, December 6, 2025
17.1 C
Bhubaneswar

୨ ଝିଅଙ୍କୁ ଲଙ୍ଗଳରେ ଯୋଚି ହଳ କରୁଥିଲେ ଚାଷୀ, ଭିଡିଓ ଦେଖି ଟ୍ରାକ୍ଟର ପଠାଇଲେ ସୋନୁ ସୁଦ୍‌

ହାଇଦ୍ରାବାଦ: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା ସୋନୁ ସୁଦ୍‌। ଏଥର ସେ ଜଣେ କୃଷକଙ୍କୁ ଉପହାର ସ୍ବରୂପ ଟ୍ରାକ୍ଟର ଦେଇଛନ୍ତି। କୃଷକ ଜଣକ ନିଜର ଦୁଇ ଝିଅଙ୍କୁ ଲଙ୍ଗଳରେ ଯୋଚି କ୍ଷେତରେ ହଳ କରୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋନୁ ଏହି ଭିଡିଓ ଟ୍ବିଟର୍‌ରୁ ଦେଖିଥିଲେ। ଏହା ପରେ ସନ୍ଧ୍ୟାରେ ସମ୍ପୃକ୍ତ କୃଷକଙ୍କ ଘରକୁ ପଠାଇଥିଲେ ଏକ ନୂଆ ଟ୍ରାକ୍ଟର, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସୋନୁଙ୍କୁ ଢେର ପ୍ରଶଂସା କରିବା ସହିତ ଉକ୍ତ କୃଷକଙ୍କ ୨ ଝିଅର ପଢ଼ା ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି।

- Advertisement -

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଚିତ୍ତୁର ଅଞ୍ଚଳରେ ରହୁଥିବା ଏହି ଟମାଟୋ ଚାଷୀଙ୍କ ନାମ ହେଉଛି ନାଗେଶ୍ଵର ରାଓ। ଲକଡାଉନ ଯୋଗୁ ବହୁ କ୍ଷତି  ସହିବା ପରେ ଚାଷ କାର୍ଯ୍ୟ କରିବାକୁ ୨ଟି ବଳଦ କିଣିବାକୁ ବି ସେ ସମର୍ଥ ହେଲେନାହିଁ। ତେଣୁ ନିଜର ୨ ଝିଅଙ୍କୁ ଲଙ୍ଗଳରେ ଯୋଚି ହଳ କରୁଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋନୁ ଏହାକୁ ଦେଖିବା ପରେ ନାଗେଶ୍ଵରଙ୍କୁ ୨ଟି ବଳଦ ଦେବେ ବୋଲି କହିଥିଲେ। କିନ୍ତୁ ପରେ ନାଗେଶ୍ଵରଙ୍କୁ ବଳଦ ନୁହେଁ, ଟ୍ରାକ୍ଟରର ଆବଶ୍ୟକତା ରହିଛି ବୋଲି ସୋନୁ ଟ୍ବିଟ୍‌ କରିଥିଲେ। ସୋନୁ ଟ୍ବିଟ୍‌ କରି ଲେଖିଥିଲେ ଆପଣଙ୍କ ପାଇଁ ଟ୍ରାକ୍ଟର ପଠାଉଛି। ସନ୍ଧ୍ୟା ସୁଦ୍ଧା ଟ୍ରାକ୍ଟର ଆପଣଙ୍କ କ୍ଷେତରେ ହଳ କରିବାକୁ ପହଞ୍ଚିଯିବ। ସବୁବେଳେ ଖୁସିରେ ରୁହନ୍ତୁ। ଏପରି କି ସେହିଦିନ ସନ୍ଧ୍ୟାରେ ସୋନୁ ନିଜ ପ୍ରତିଶ୍ରୁତି ରକ୍ଷା କରି ନାଗେଶ୍ଵରଙ୍କ ଘରେ ଟ୍ରାକ୍ଟର ପହଞ୍ଚାଇଥିଲେ।

ଏହା ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ରବିବାର ଘୋଷଣା କରିଥିଲେ ଯେ ସେ ନାଗେଶ୍ଵରଙ୍କ ୨ ଝିଅଙ୍କ ଶିକ୍ଷା ଖର୍ଚ୍ଚ ଉଠାଇବେ ଏବଂ ସେମାନଙ୍କ ସ୍ବପ୍ନ ପୂରଣ କରିବାରେ ସହଯୋଗ କରିବେ। ସେ ସୋନୁଙ୍କ ସହିତ କଥା ହୋଇଛନ୍ତି ଏବଂ ନାଗେଶ୍ଵରଙ୍କୁ ଟ୍ରାକ୍ଟର ଉପହାର ଦେଇଥିବାରୁ ପ୍ରଶଂସା କରିଛନ୍ତି ବୋଲି ଚନ୍ଦ୍ରବାବୁ ଟ୍ବିଟ୍‌ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories