ଫ୍ରାନ୍ସରୁ ବାହାରିଲା ରାଫେଲ: ସାଉଦୀରେ ତେଲ ଭରିବ, ବୁଧବାର ଅମ୍ବାଲାରେ ପହଞ୍ଚିବ ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Samaja Live Last updated Jul 27, 2020 Share Related Posts ଲୋଡିଂ ସମୟରେ ଯାତ୍ରୀଙ୍କ ଲଗେଜ୍ ସହ କିଛି ଏପରି… Apr 22, 2024 ବିମାନବନ୍ଦରରେ ହ୍ୱିଲ ଚେୟାର ନ ମିଳିବାରୁ… Feb 16, 2024 ପୂର୍ବ ଲାଦାଖରେ ଭାରତୀୟ ସେନା- ଚୀନ ଯବାନ ମୁହାଁମୁହିଁ ସ୍ଥିତିରେ । ଏହି ସମୟରେ ବିଶ୍ଵର ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଲଢ଼ୁଆ ଯୁଦ୍ଧବିମାନ ରାଫେଲ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି । ୭୦୦୦ କିଲୋମିଟର ଦୂରତା ଅତିକ୍ରମ କରି ଏହି ବିମାନ ଆସନ୍ତା ୨୯ ତାରିଖରେ ଭାରତର ଅମ୍ବାଲା ଏୟାର ବେସରେ ପହଞ୍ଚିବ । ଏହି ୫ଟି ଲଢ଼ୁଆ ବିମାନ ସାମିଲ ପରେ ଭାରତର ବାୟୁସେନାର ଶକ୍ତି ଢ଼େର ବଢ଼ିଯିବ । ୫ ପିଢ଼ିର ଏହି ଲଢ଼ୁଆ ବିମାନ ଭାରତର ଦୁଇ ପ୍ରତିପକ୍ଷ ଚୀନ ଓ ପାକିସ୍ଥାନ ନିକଟରେ ମଧ୍ୟ ନାହିଁ । ଆଜି ଫ୍ରାନ୍ସ ସାମରିକ ଏୟାର ବେସ ଛାଡ଼ି ଭାରତ ଅଭିମୁଖେ ବାହାରିଥିବା ଏହି ୫ଟି ବିମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇନ୍ଧନ ଭର୍ତି ନିମନ୍ତେ ଓହ୍ଲାଇବ । ସେଠାରେ ଇନ୍ଧନ ଭର୍ତି ପରେ ବିମାନ ଭାରତ ଅଭିମୁଖେ ଯାତ୍ରା କରିବ । ଏହି ବିମାନକୁ ୧୭ ଗୋଲଡ଼େନ୍ ଆରୋଜ କମାଣ୍ଡିଂ ଅଫିସର ପାଇଲଟ ନେି ଆସୁଛନ୍ତି । ଏହି ପାଇଲଟମାନଙ୍କୁ ଫ୍ରାନ୍ସର ଦସୋଲ୍ଟ ଆଭିଏସନ କମ୍ପାନୀ ପ୍ରଶିକ୍ଷଣ ଦେଇଛି ଏବଂ ଏମାନେ ୨୯ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବେ । #WATCH Rafale jets taking off from France to join the Indian Air Force fleet in Ambala in Haryana on July 29th. pic.twitter.com/6iMJQbNT9b — ANI (@ANI) July 27, 2020 ଭାରତର ଆବଶ୍ୟକତା ଅନୁସାରେ ରାଫେଲରେ ହୋଇଛି ନବୀକରଣ ଭାରତକୁ ଏହି ବିମାନ ମେ ମାସରେ ମିଳିବାର ଥିଲା । ମାତ୍ର କରୋନା ଯୋଗୁଁ ଏହା ଆସିବାରେ ୨ ମାସ ବିଳମ୍ବିତ ହୋଇଛି । ରାଫେଲ ବିମାନର ପ୍ରଥମ ପର୍ଯ୍ୟାୟରେ ଭାରତକୁ ୨୦୧୯ ଅକ୍ଟୋବରରେ ଭାରତକୁ ମିଳିଥିଲା । ମାତ୍ର ଭାରତର ଆବଶ୍ୟକତା ଯୋଗୁଁ ଏଥିରେ କିଛି ପରିବର୍ତନ ଓ ନବୀକରଣ କରାଯାଇଛି । ଏଥିରେ ଇସ୍ରାଏଲ୍ ନିର୍ମିତ ହେଲମେଟ ମାଉଣ୍ଟ ଡ଼ିସପ୍ଲେ ସହ ରଡ଼ାର ୱାର୍ଣିଂ ରିସିଭର, ଲୋ ବ୍ୟାଣ୍ଡ ଜାମର, ୧୦ ଘଣ୍ଟା ଉଡ଼ାରର ସମ୍ପୂର୍ଣ୍ଣ ଡ଼ାଟା ରେକର୍ଡ଼ିଂ ବ୍ୟବସ୍ଥା ଓ ଟ୍ରାକିଂ ସହ ଆଉ କିଛି ଅତ୍ୟାଧୁନିକ ବ୍ୟବସ୍ଥା ସଂଯୋଗ କରାଯାଇଛି। ଏହାବ୍ୟତୀତ ଭାରତ ପଠାଯାଇଥିବା ରାଫେଲ ବିମାନର ଆକ୍ରମଣ କ୍ଷମତା ବୃଦ୍ଧି ନିମନ୍ତେ ଏଥିରେ ଫ୍ରାନ୍ସ ନିର୍ମିତ ହ୍ୟାମର କ୍ଷେପଣାସ୍ତ୍ର ଲଗାଇବାର ବ୍ୟବସ୍ଥା କରାଯାଇଚି । ଏହି କ୍ଷେପଣାସ୍ତ୍ର ୭୦ କିଲୋମିଟର ଦୂରରୁ ଅତି ସୁଦୃଢ଼ ଢ଼ାଞ୍ଚାକୁ ଧ୍ଵଂସ କରିବାକୁ ସକ୍ଷମ । ହ୍ୟାମର ଆକାଶରୁ ଭୂମିକୁ ଛଡ଼ାଯିବାକୁ ସକ୍ଷମ ମଧ୍ୟମ ଦୂରତାର କ୍ଷେପଣାସ୍ତ୍ର, ଏହାକୁ ଫ୍ରାନ୍ସର ବାୟୁ ସେନା ଓ ନୌସେନା ମିଳିତ ଭାବରେ ନିର୍ମାଣ କରିଛନ୍ତି । ପ୍ରତିପକ୍ଷର ବଙ୍କରକୁ ସନ୍ଧାନ କରି ଏହା ଧ୍ଵଂସ କରିବାରେ ଏହି କ୍ଷେପଣାସ୍ତ୍ର ସକ୍ଷମ ହୋଇପାରିବ । ଏହାବ୍ୟତୀତ ରାଫେଲରେ ଲଗାଯିବାକୁ ଥିବା ଅନ୍ୟ ଦୁଇ କ୍ଷେପଣାସ୍ତ୍ର ସ୍କେଲ୍ପ ଓ ମୋଟିୟୋର କ୍ଷେପଣାସ୍ତ୍ର ପୂର୍ବରୁ ଭାରତରେ ପହଞ୍ଚି ସାରିଛି । ରାଫେଲ ସିରିଜ ଆର.ବି. ନାମରେ ପରିଚିତ ହେବ । ଏହି ବିମାନ କ୍ରୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବାୟୁସେନା ମୁଖ୍ୟ ଆର୍.କେ.ଏସ୍.ଭଦୋରିଆଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇ ଏହାକୁ ଆର୍.ବି. ନାମରେ ନାମିତ କରାଯିବ । ୨୦୧୬ରେ ଫ୍ରାନ୍ସ ସହ ୩୬ ରାଫେଲ ବିମାନ କ୍ରୟ ନେଇ ହୋଇଥିବା କମିଟିରେ ଭଦୋରିଆ ମୁଖ୍ୟ ଥିଲେ । air indiaFrancerafel Share FacebookTwitterWhatsApp
ପୂର୍ବ ଲାଦାଖରେ ଭାରତୀୟ ସେନା- ଚୀନ ଯବାନ ମୁହାଁମୁହିଁ ସ୍ଥିତିରେ । ଏହି ସମୟରେ ବିଶ୍ଵର ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଲଢ଼ୁଆ ଯୁଦ୍ଧବିମାନ ରାଫେଲ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି । ୭୦୦୦ କିଲୋମିଟର ଦୂରତା ଅତିକ୍ରମ କରି ଏହି ବିମାନ ଆସନ୍ତା ୨୯ ତାରିଖରେ ଭାରତର ଅମ୍ବାଲା ଏୟାର ବେସରେ ପହଞ୍ଚିବ । ଏହି ୫ଟି ଲଢ଼ୁଆ ବିମାନ ସାମିଲ ପରେ ଭାରତର ବାୟୁସେନାର ଶକ୍ତି ଢ଼େର ବଢ଼ିଯିବ । ୫ ପିଢ଼ିର ଏହି ଲଢ଼ୁଆ ବିମାନ ଭାରତର ଦୁଇ ପ୍ରତିପକ୍ଷ ଚୀନ ଓ ପାକିସ୍ଥାନ ନିକଟରେ ମଧ୍ୟ ନାହିଁ । ଆଜି ଫ୍ରାନ୍ସ ସାମରିକ ଏୟାର ବେସ ଛାଡ଼ି ଭାରତ ଅଭିମୁଖେ ବାହାରିଥିବା ଏହି ୫ଟି ବିମାନ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଇନ୍ଧନ ଭର୍ତି ନିମନ୍ତେ ଓହ୍ଲାଇବ । ସେଠାରେ ଇନ୍ଧନ ଭର୍ତି ପରେ ବିମାନ ଭାରତ ଅଭିମୁଖେ ଯାତ୍ରା କରିବ । ଏହି ବିମାନକୁ ୧୭ ଗୋଲଡ଼େନ୍ ଆରୋଜ କମାଣ୍ଡିଂ ଅଫିସର ପାଇଲଟ ନେି ଆସୁଛନ୍ତି । ଏହି ପାଇଲଟମାନଙ୍କୁ ଫ୍ରାନ୍ସର ଦସୋଲ୍ଟ ଆଭିଏସନ କମ୍ପାନୀ ପ୍ରଶିକ୍ଷଣ ଦେଇଛି ଏବଂ ଏମାନେ ୨୯ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବେ । #WATCH Rafale jets taking off from France to join the Indian Air Force fleet in Ambala in Haryana on July 29th. pic.twitter.com/6iMJQbNT9b — ANI (@ANI) July 27, 2020 ଭାରତର ଆବଶ୍ୟକତା ଅନୁସାରେ ରାଫେଲରେ ହୋଇଛି ନବୀକରଣ ଭାରତକୁ ଏହି ବିମାନ ମେ ମାସରେ ମିଳିବାର ଥିଲା । ମାତ୍ର କରୋନା ଯୋଗୁଁ ଏହା ଆସିବାରେ ୨ ମାସ ବିଳମ୍ବିତ ହୋଇଛି । ରାଫେଲ ବିମାନର ପ୍ରଥମ ପର୍ଯ୍ୟାୟରେ ଭାରତକୁ ୨୦୧୯ ଅକ୍ଟୋବରରେ ଭାରତକୁ ମିଳିଥିଲା । ମାତ୍ର ଭାରତର ଆବଶ୍ୟକତା ଯୋଗୁଁ ଏଥିରେ କିଛି ପରିବର୍ତନ ଓ ନବୀକରଣ କରାଯାଇଛି । ଏଥିରେ ଇସ୍ରାଏଲ୍ ନିର୍ମିତ ହେଲମେଟ ମାଉଣ୍ଟ ଡ଼ିସପ୍ଲେ ସହ ରଡ଼ାର ୱାର୍ଣିଂ ରିସିଭର, ଲୋ ବ୍ୟାଣ୍ଡ ଜାମର, ୧୦ ଘଣ୍ଟା ଉଡ଼ାରର ସମ୍ପୂର୍ଣ୍ଣ ଡ଼ାଟା ରେକର୍ଡ଼ିଂ ବ୍ୟବସ୍ଥା ଓ ଟ୍ରାକିଂ ସହ ଆଉ କିଛି ଅତ୍ୟାଧୁନିକ ବ୍ୟବସ୍ଥା ସଂଯୋଗ କରାଯାଇଛି। ଏହାବ୍ୟତୀତ ଭାରତ ପଠାଯାଇଥିବା ରାଫେଲ ବିମାନର ଆକ୍ରମଣ କ୍ଷମତା ବୃଦ୍ଧି ନିମନ୍ତେ ଏଥିରେ ଫ୍ରାନ୍ସ ନିର୍ମିତ ହ୍ୟାମର କ୍ଷେପଣାସ୍ତ୍ର ଲଗାଇବାର ବ୍ୟବସ୍ଥା କରାଯାଇଚି । ଏହି କ୍ଷେପଣାସ୍ତ୍ର ୭୦ କିଲୋମିଟର ଦୂରରୁ ଅତି ସୁଦୃଢ଼ ଢ଼ାଞ୍ଚାକୁ ଧ୍ଵଂସ କରିବାକୁ ସକ୍ଷମ । ହ୍ୟାମର ଆକାଶରୁ ଭୂମିକୁ ଛଡ଼ାଯିବାକୁ ସକ୍ଷମ ମଧ୍ୟମ ଦୂରତାର କ୍ଷେପଣାସ୍ତ୍ର, ଏହାକୁ ଫ୍ରାନ୍ସର ବାୟୁ ସେନା ଓ ନୌସେନା ମିଳିତ ଭାବରେ ନିର୍ମାଣ କରିଛନ୍ତି । ପ୍ରତିପକ୍ଷର ବଙ୍କରକୁ ସନ୍ଧାନ କରି ଏହା ଧ୍ଵଂସ କରିବାରେ ଏହି କ୍ଷେପଣାସ୍ତ୍ର ସକ୍ଷମ ହୋଇପାରିବ । ଏହାବ୍ୟତୀତ ରାଫେଲରେ ଲଗାଯିବାକୁ ଥିବା ଅନ୍ୟ ଦୁଇ କ୍ଷେପଣାସ୍ତ୍ର ସ୍କେଲ୍ପ ଓ ମୋଟିୟୋର କ୍ଷେପଣାସ୍ତ୍ର ପୂର୍ବରୁ ଭାରତରେ ପହଞ୍ଚି ସାରିଛି । ରାଫେଲ ସିରିଜ ଆର.ବି. ନାମରେ ପରିଚିତ ହେବ । ଏହି ବିମାନ କ୍ରୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବାୟୁସେନା ମୁଖ୍ୟ ଆର୍.କେ.ଏସ୍.ଭଦୋରିଆଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇ ଏହାକୁ ଆର୍.ବି. ନାମରେ ନାମିତ କରାଯିବ । ୨୦୧୬ରେ ଫ୍ରାନ୍ସ ସହ ୩୬ ରାଫେଲ ବିମାନ କ୍ରୟ ନେଇ ହୋଇଥିବା କମିଟିରେ ଭଦୋରିଆ ମୁଖ୍ୟ ଥିଲେ ।
Comments are closed.