www.samajalive.in
Saturday, December 6, 2025
17.1 C
Bhubaneswar

ଚର୍ଚ୍ଚାରେ ସୋନୁଙ୍କ ମନ୍ତବ୍ୟ : “ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହୋଇଥାଆନ୍ତା”

ମୁମ୍ବଇ : ପ୍ରସିଦ୍ଧ ଗାୟକ ସୋନୁ ନିଗମ ସମ୍ପ୍ରତି ତାଙ୍କର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ କହିଛନ୍ତି, “ଭଲ ହୋଇଥାଆନ୍ତା ଯଦି ମୋର ଜନ୍ମ ଭାରତରେ ନହୋଇ ପାକିସ୍ତାନରେ ହୋଇଥାଆନ୍ତା”। ତେବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଚର୍ଚ୍ଚା ହେଉଛି। ବିଭିନ୍ନ ବର୍ଗରୁ ସୋନୁଙ୍କ ସମାଲୋଚନା କରାଯାଉଛି।

ସୂଚନା ଅନୁସାରେ, ସୋନୁ ନିଗମ ନିକଟରେ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ନିଜର ତଥା ଭାରତୀୟ ଗାୟକଙ୍କ ସଙ୍ଗୀତମୟ ଜୀବନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତରେ ଗାୟକମାନଙ୍କ ସହ ବହୁତ ଅନ୍ୟାୟ କରାଯାଉଛି। ଏଠାରେ ମ୍ୟୁଜିକ୍‍ କମ୍ପାନୀମାନେ ଭାରତୀୟ ଗାୟକମାନଙ୍କ ଠାରୁ ଟଙ୍କା ନେଉଛନ୍ତି, ହେଲେ ପାକିସ୍ତାନୀ ଗାୟକଙ୍କ ସହ ଏପରି କରାଯାଉନାହିଁ। ପାକିସ୍ତାନର କୌଣସି ଗାୟକଙ୍କ ଠାରୁ ଗୋଟିଏ ବି ଟଙ୍କା ନିଆଯାଉନାହିଁ। ସେ ପୁନର୍ବାର କହିଛନ୍ତି, ଏବେ ଭାରତୀୟ ଗାୟକମାନଙ୍କୁ ଗୀତ ଗାଇବା ପାଇଁ ମ୍ୟୁଜିକ କମ୍ପାନୀମାନଙ୍କୁ ଟଙ୍କା ଦେବାକୁ ପଡ଼ୁଛି, ତେବେ ଯାଇ ଗୀତ ଗାଇବାର ସୁଯୋଗ ମିଳୁଛି। ନିଜ କଥାକୁ ବ୍ୟାଖ୍ୟା କରିବାକୁ ଯାଇ ସୋନୁ କହିଛନ୍ତି, ‘ବେଳେବେଳେ ଅନୁଭବ ହୁଏ ଯଦି ମୁଁ ପାକିସ୍ତାନ ବାସିନ୍ଦା ହୋଇଥାଆନ୍ତି ତେବେ ଭଲ ହୋଇଥାଆନ୍ତା। କାରଣ ଭାରତୀୟ ମ୍ୟୁଜିକ କମ୍ପାନୀମାନେ ପାକିସ୍ତାନୀ ଗାୟକଙ୍କ ସହ ଏପରି କରିନଥାଆନ୍ତି’।

- Advertisement -

ନିଜ କଥା ଉପରେ ଜୋର୍‍ ଦେଇ ସୋନୁ କହିଛନ୍ତିି, କେବଳ ଏହି କାରଣରୁ ହିଁ ଆଜିର ଚଳଚ୍ଚିତ୍ର ମାନଙ୍କରେ ଭଲ ଗୀତ ତିଆରି ହେଉନାହିଁ। ନୂଆ ଗୀତ ନାଁ’ରେ ରିମିକ୍ସ ପରେ ରିମିକ୍ସ ଆସିବାରେ ଲାଗିଛି। କାରଣ ପୂର୍ବରୁ ନିର୍ଦ୍ଦେଶକ, ନିର୍ମାତା ଓ ଗାୟକମାନେ ମିଳିମିଶି ଚଳଚ୍ଚିତ୍ରର ସଙ୍ଗୀତ ବିଷୟରେ ଆଲୋଚନା କରୁଥିଲେ। ଫଳରେ ଚଳଚ୍ଚିତ୍ରର ସଙ୍ଗୀତ ଗୁଡ଼ିକ ବେଶ୍‍ ଲୋକପ୍ରିୟତା ହାସଲ କରୁଥିଲା। ହେଲେ ଏବେ ମ୍ୟୁଜିକ କମ୍ପାନୀମାନେ ସଙ୍ଗୀତ ତିଆରି କରୁଛନ୍ତି, ତେଣୁ ଏପରି ପରିସ୍ଥିତିରେ ଭଲ ଗୀତର ଆଶା କରିବା ବହୁତ କଷ୍ଟ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories