www.samajalive.in
Saturday, December 6, 2025
17.1 C
Bhubaneswar

ଦିଲ୍ଲୀ ହିଂସାକୁ ନେଇ ଶାହଙ୍କ ଇସ୍ତଫା ଦାବି କଲେ ସୋନିଆ; କଡ଼ା ଜବାବ ଦେଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ରର ବିଜେପି ଏବଂ ଦିଲ୍ଲୀର ଆମ୍‌ ଆଦମୀ ପାର୍ଟି(ଆପ୍‌) ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀ ହିଂସା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସୋନିଆ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଦିଲ୍ଲୀ ନିର୍ବାଚନ ସମୟରେ ବି ଏଭଳି ହିଂସା ଦେଖାଯାଇଥିଲା ବୋଲି ସେ କହିଛନ୍ତି।

ଦିଲ୍ଲୀ ହିଂସା ବିରୋଧରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ସୋନିଆ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, ଦିଲ୍ଲୀ ପୁଲିସ ଗତ ୭୨ ଘଣ୍ଟା ହେଲା ନିଷ୍କ୍ରିୟ ରହିଛି, ଯେଉଁଥିପାଇଁ ୨୨ ଜଣଙ୍କ ଜୀବନ ଚାଲିଯାଇଛି। ବିଜେପିର ଅନେକ ନେତା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇ ଘୃଣା ଏବଂ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ଏସବୁ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଦାୟୀ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ। ସୋନିଆ ଆହୁରି କହିଥିଲେ ଯେ, ଦିଲ୍ଲୀ ସରକାର ବି ନିଜର ଦାୟିତ୍ଵ ତୁଲାଇବାରେ ବିଫଳ ହୋଇଛି। ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ବି ଶାନ୍ତି ବଜାୟ ରଖିବାରେ ବିଫଳ ହୋଇଛନ୍ତି। ଏହି ସମୟରେ ସୋନିଆ ୫ଟି ପ୍ରଶ୍ନ କରିଛନ୍ତି। ସୋନିଆଙ୍କ ପ୍ରଶ୍ନ ହେଉଛି :-

- Advertisement -

– ଗତ ରବିବାରଠାରୁ ଗୃହମନ୍ତ୍ରୀ ଅମିତ ଶାହ କେଉଁଠି ଥିଲେ ଏବଂ ସେ କି ପଦକ୍ଷେପ ନେଇଛନ୍ତି ?

– ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କ’ଣ କରୁଥିଲେ ?

– ଦଙ୍ଗା ସୃଷ୍ଟି ହୋଇଥିବା ଅଞ୍ଚଳକୁ କେତେ ଫୋର୍ସ ପଠାଯାଇଛି ?

– ଅର୍ଦ୍ଧସାମରିକ ବାହିନୀକୁ ଡକାଇବାରେ ଏତେ ବିଳମ୍ବ କାହିଁକି ହେଲା ?

– ଦିଲ୍ଲୀ ନିର୍ବାଚନ ପରେ ଗୁଇନ୍ଦା ବିଭାଗ ନିକଟରେ କି ତଥ୍ୟ ଥିଲା ?

ତେବେ କେନ୍ଦ୍ର ସରକାରଙ୍କୁ ସୋନିଆଙ୍କ ଟାର୍ଗେଟର କଡ଼ା ଜବାବ ଦେଇଛି ବିଜେପି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ସୋନିଆଙ୍କୁ ସମାଲୋଚନା କରିଛନ୍ତି। ସୋନିଆଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ। ହିଂସାକୁ ରାଜନୀତିକରଣ କରିବା ଲାଗି କଂଗ୍ରେସ ଉଦ୍ୟମ କରୁଛି ବୋଲି ଜାଭଡେକର କହିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories