www.samajalive.in
Saturday, December 6, 2025
14.1 C
Bhubaneswar

ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଲୋକେ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରେଞ୍ଜ ଅଧୀନ ବୁରାଟ ଗ୍ରାମରେ ବୁଧବାର ସକାଳେ ବନ ବିଭାଗ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଘେରାଉ କରିଥିଲେ। ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଯାଞ୍ଚ କରିବାକୁ ରେଞ୍ଜ ଅଧିକାରୀ କେଶବ ଚନ୍ଦ୍ର ମାଝିଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଯାଇଥିଲେ। କିନ୍ତୁ ଉକ୍ତ ଘରେ କିଛି କାଠପଟା ପାଇ ନ ଥିଲେ । ବିନା କାରଣରେ ଜଣେ ଗରିବ ପରିବାରକୁ ବନ ବିଭାଗ ଏଭଳି ହଇରାଣ କରୁଥିବା ପ୍ରତିବାଦରେ ଗ୍ରାମବାସୀ ବନ କର୍ମଚାରୀଙ୍କୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଅଟକ ରଖିଥିଲେ । ପୁଲିସ ବୁଝାଶୁଝା କରିବା ପରେ ମଧ୍ୟ ଗ୍ରାମବାସୀ ବୁଝି ନ ଥିଲେ। ଘଟଣା ସମ୍ପର୍କରେ ଖବର ପାଇ ମ.ରାମପୁର ବ୍ଲକ ଅଧ୍ୟକ୍ଷ ଜିବେଶ କୁମାର ପଣ୍ଡା ଓ ସରପଞ୍ଚ ଚିତ୍ତ ରଞ୍ଜନ ବାଗ ଗ୍ରାମବାସୀଙ୍କୁ ବୁଝାଇ ଶାନ୍ତ କରିଥିଲେ । ପରେ ଗ୍ରାମବାସୀ ବନ କର୍ମଚାରୀଙ୍କୁ ସେଠାରୁ ଛାଡିଥିଲେ । ତେବେ ବନ ବିଭାଗର ଆଜିର ଚଢ଼ାଉକୁ ଗ୍ରାମବାସୀ ଘୋର ବିରୋଧ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories