www.samajalive.in
Saturday, December 13, 2025
23.1 C
Bhubaneswar

‘ସମାଜ’ ଖବର ପ୍ରକାଶ ପରେ- ଅସହାୟ ସୋନାଲି ନିକଟରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

କଲମପୁର – ଜଣେ ଅସହାୟ ନାବାଳିକା, ଏକ ଦୁର୍ଘଟଣା ଯୋଗୁଁ ମେରୁଦଣ୍ଡରେ ଆଘାତ ପାଇଁ ଏବେ ଚାଲିବା ଶକ୍ତି ହରାଇଛି । ମା ର ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ କରିଛନ୍ତି, ବୃଦ୍ଧା ଜେଜେମା ର ସାହାରାରେ ଦିନ ଅତିବାହିତ କରୁଛି ବଡକୁଟୃ ଗ୍ରାମର ସୋନାଲି ଦଳେଇ । ଯାହାର ସମ୍ପତି କହିଲେ ଅନାବାଦୀ ଜମିରେ ଥିବା ମାଟି କୁଡିଆ । ସମ୍ବଳ କହିଲେ ବୃଦ୍ଧା ଜେଜେମାକୁ ସାମାଜିକ ସୁରକ୍ଷା ଯୋଜନାରୁ ମିଳୁଥିବା ୫ଶହ ଟଙ୍କା ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ମିଳୁଥିବାଚାଉଳ ଗଣ୍ଡାକ । ଏହି ସମ୍ବଳ ମଧ୍ୟରେ ତାର ଚିକିତ୍ସା କରାଇବା ସମ୍ଭବ ହେଇନଥିଲା ।

ସୋନାଲି ଚୀଲିବା ଶକ୍ତି ହରାଇ ଗୁରୁଣ୍ଡି ଗୁରୁଣ୍ଡି ନିଜ ଦୈନନ୍ଦିନ କାର୍ଯ୍ୟ କରିବାରେ ଅସମର୍ଥ ହେଉଥିଲେ । ଏ ବିଷୟରେ ‘ସମାଜ’ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ବରଗଡର ଟ୍ୱିଟ ଗାର୍ଲ ଭାବେ ପରିଚିତ ଦୀପା ବାରିକ ମୁଖ୍ୟମନ୍ତ୍ରୀଙ୍କ ସମେତ ମୋ ସରକାର ତଥା ୫ଟି ସଚୀବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ କଳାହାଣ୍ଡି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଟ୍ୱିଟ କରି ଜଣାଇଥିଲେ । ସେହିଭଳି ଅନ୍ତୋଦୟର ଅଧ୍ୟକ୍ଷ ଦୀଲିପ କୁମାର ଦାସ ମଧ୍ୟ ଏନେଇ କଳାହାଣ୍ଡି ଶିଶୁ ସୁରକ୍ଷା ସମିତି କୁ ଜଣାଇଥିଲେ । ଶନିବାର ସ୍ୱାସ୍ଥ୍ୟ ବିଭାଗର ସୂଚନା କ୍ରମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସମ୍ବିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆ, ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଅଙ୍ଗନୱାଡି ଓ ଆଶା କର୍ମୀ ସୋନାଲିର ଘରକୁ ପହଞ୍ଚି ଥିଲେ । ଡାକ୍ତର ମହାନ୍ତି ସୋନାଲିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସମସ୍ତ ବିବରଣୀ ପଚାରି ବୁଝିଥିଲେ । ଏହାପରେ ସ୍ଥାନୀୟ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ଗାଁ କଲ୍ୟାଣ ସମିତିରୁ ୧ହଜାର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଣ୍ଠିରୁ ୧ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଏହାସହ ତାଙ୍କର ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ କରାଯିବା ନେଇ ,ସୂଚନା ଦେଇଛନ୍ତି । ‘ସମାଜ’ ଖବର କାଗଜରେ ଖବର ପ୍ରକାଶ ଓ ସମାଜସେବୀଙ୍କ ଟ୍ୱିଟ ପରେ ସୋନାଲୀ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚିପାରିଥିବା ଚର୍ଚ୍ଚା ହେଉଛି ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories