www.samajalive.in
Saturday, December 6, 2025
16.1 C
Bhubaneswar

ମୂଲ୍ୟବାନ ରତ୍ନ ସଦୃଶ୍ୟ ଅଟେ ଏହି ଗଛର ଚେର; ଧାରଣ କଲେ ମିଳିବ ଶୁଭଫଳ

ଯଦି ଆପଣ ଜାତକରେ ଗ୍ରହ ଦୋଷ ରହିଛି ଏବଂ ଏହାକୁ ଦୂର କରିବା ପାଇଁ ମୂଲ୍ୟବାନ ରତ୍ନ ବା ପଥର କିଣି ପାରୁ ନାହାନ୍ତି ତେବେ ନିରାଶ ହୁଅନ୍ତୁ ନାହିଁ। କାରଣ ଆମ ଆଖପାଖରେ ଏଭଳି କିଛି ଗଛ ରହିଛି ଯାହାକୁ ଧାରଣ କରିବା ଦ୍ବାରା ମୂଲ୍ୟବାନ ରତ୍ନ ଭଳି କାର୍ଯ୍ୟ କରିଥାଏ। ସନାତନ ପରମ୍ପରା ଅନୁଯାୟୀ ପୂଜା ପାଉଥିବା ସମସ୍ତ ପବିତ୍ର ଗଛର ଚେର ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ। ଯାହାକୁ ଧାରଣ କରିବା ମାତ୍ରେ ହିଁ ଚମତ୍କାର ଭାବେ ଶୁଭ ଫଳ ଦେଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଗଛର ଚେର ଧାରଣ କରିବା ଦ୍ବାରା କେଉଁ ଗ୍ରହ ଦୋଷ ଦୂର ହୋଇଥାଏ।

ସୂର୍ୟ୍ୟ ଦେବଙ୍କ କୃପା ଲାଭ କରିବା ପାଇଁ ଏବଂ ସୂର୍ୟ୍ୟଙ୍କ ସମ୍ବନ୍ଧିତ ଦୋଷ ଦୂର କରିବା ପାଇଁ ବେଲପତ୍ରର ଚେର ଲାଲ କିମ୍ବା ଗୋଲାପି କପଡାରେ ବାନ୍ଧି ରବିବାର ଦିନ ଧାରଣ କରନ୍ତୁ।

- Advertisement -

ଚନ୍ଦ୍ରଙ୍କ କୃପା ପ୍ରାପ୍ତି ପାଇଁ ଏବଂ ଚନ୍ଦ୍ର ସମ୍ବନ୍ଧିତ ଦୋଷ ଦୂର କରିବା ପାଇଁ ସଫା ଧଳା ରଙ୍ଗର କପଡ଼ାରେ ଚିରଣୀ ଗଛର ଚେରକୁ ସୋମବାର ଦିନ ଧାରଣ କରନ୍ତୁ।

ମଙ୍ଗଳ ଗ୍ରହର ଶୁଭ ପାଇଁ ଅନନ୍ତମୂଳ ବା ଖେର ଗଛର ଚେରକୁ ମଙ୍ଗଳବାର ଦିନ ପରିଧାନ କରନ୍ତୁ।

ବୁଧ ଗ୍ରହଙ୍କର କୃପା ପାଇବା ପାଇଁ ସବୁଜ ରଙ୍ଗର କପଡାରେ ଭିଧାର ଗଛର ଚେରକୁ ବୁଧବାର ଦିନ ଧାରଣ କରନ୍ତୁ।

ବୃହସ୍ପତିଙ୍କ କୃପା ଲାଭ କରିବା ପାଇଁ କଦଳୀ ଗଛର ଚେରକୁ ଗୁରୁବାର ଦିନ ହଳଦିଆ ରଙ୍ଗର କପଡ଼ାରେ ବାହୁରେ ଧାରଣ କରନ୍ତୁ।

ଶୁକ୍ର ଗ୍ରହର କୃପା ଲାଭ ପାଇଁ ଗୋଲାପ ଗଛର ଚେରକୁ ସଫା ଧଳା କପଡାରେ ଶୁକ୍ରବାର ଦିନ ଧାରଣ କରନ୍ତୁ।

ଶନିଦେବଙ୍କ କୃପା ପାଇଁ ଶମୀ ଗଛର ଚେରକୁ ଶନିବାର ଦିନ ନୀଳ ରଙ୍ଗର କପଡ଼ାରେ ଧାରଣ କରନ୍ତୁ।

ରାହୁ ଦୋଷ ଦୂର କରିବା ପାଇଁ ଛୋଟ ଖଣ୍ଡେ ଧଳା ଚନ୍ଦନ କାଠକୁ ନୀଳ ରଙ୍ଗର କପଡ଼ାରେ ବୁଧବାର ଦିନ ଧାରଣ କରନ୍ତୁ।

କେତୁଙ୍କ ସହ ଜଡିତ ସମସ୍ୟା ଦୂର କରିବା ପାଇଁ ଅଶ୍ବଗନ୍ଧାର ଚେରକୁ ନୀଳ ରଙ୍ଗର କପଡ଼ାରେ ବୃହସ୍ପତିବାର ଅର୍ଥାତ୍ ଗୁରୁବାର ଦିନ ଧାରଣ କରନ୍ତୁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories