www.samajalive.in
Saturday, December 6, 2025
14.1 C
Bhubaneswar

୨୫କିଲୋଗ୍ରାମ ଆଇଇଡି ନିଷ୍କ୍ରିୟ କଲେ ଯବାନ, ମାଓବାଦୀଙ୍କ ଗରିଲା ରଣନୀତିରୁ ଅଳ୍ପକେ ବର୍ତ୍ତିଲେ ସୁରକ୍ଷାକର୍ମୀ

ଛତିଶଗଡ଼଼: ଆଜି ସେନାକୁ ଆକ୍ରମଣ କରିବା ପାଇଁ ଲାଲବାହିନୀଙ୍କ ବଡ଼ ଧରଣର ଉଦ୍ୟମକୁ ଯବାନମାନେ ପଣ୍ଡ କରିଦେଇଛନ୍ତି। ଏହାସହିତ ମାଓବାଦୀଙ୍କ ଗରିଲା ରଣନୀତିରୁ ସୁରକ୍ଷାକର୍ମୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଛତିଶଗଡ଼଼ର ବିଜେପୁର ଜିଲା ଅନ୍ତର୍ଗତ ଉସୁର ଜଙ୍ଗଲ ନିକଟରେ ମାଓବାଦୀମାନେ ପ୍ଲାଷ୍ଟିକ ଡ୍ରମରେ ୨୫କିଲୋଗ୍ରାମ ଆଇଇଡି ଖଞ୍ଜିଥିଲେ। ସେଠାରେ ମାଓବାଦୀମାନଙ୍କ ପକ୍ଷରୁ ଖଞ୍ଜାଯାଇଥିବା ଆଇଇଡିକୁ ଯବାନମାନେ ଉଦ୍ଧାର କରିଥିଲେ । ଏହାପରେ ସେଠାରୁ ଉଦ୍ଧାର ହୋଇଥିବା ସମସ୍ତ ଆଇଇଡିକୁ ଯବାନମାନେ ସୁରକ୍ଷିତ ଭାବେ ନିଷ୍କ୍ରିୟ କରିଥିଲେ। ଫଳରେ ମାଓବାଦୀଙ୍କ ଗରିଲା ରଣନୀତିରୁ ସମସ୍ତ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତିଯାଇଥିଲେ।

ଛତିଶଗଡ଼଼ର ବିଜେପୁର ଜିଲା ଅନ୍ତର୍ଗତ ଉସୁର ଜଙ୍ଗଲ ନିକଟରେ ଏହି ଘଟଣା ଘଟିଛି। ମାଓ ଦମନ ଅପରେସନରେ ଯବାନମାନେ ଯିବାବେଳେ ଛତିଶଗଡ଼଼ର ଉସୁର ଜଙ୍ଗଲ ନିକଟରେ ସେନାକୁ ଆକ୍ରମଣ କରିବା ପାଇଁ ମାଓବାଦୀମାନେ ଆଇଇଡି ଖଞ୍ଜିଥିବା ଜାଣିପାରିଥିଲେ। ଏହାପରେ ଯବାନମାନେ ଟେକ୍ନିକାଲ ଟିମକୁ ଡକାଇ ସେଠାରେ ଚଢ଼ାଉ କରି ଆଇଇଡି ନିଷ୍କ୍ରିୟ କରିଥିଲେ। ଏହାଦ୍ୱାରା ମାଓବାଦୀଙ୍କ ଉଦ୍ୟମ ପଣ୍ଡ ହୋଇଛି ଏବଂ ମାଓ ଦମନରେ ଯବାନମାନଙ୍କୁ ସଫଳତା ମିଳିଛି ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories