www.samajalive.in
Saturday, December 6, 2025
16.1 C
Bhubaneswar

ଆସନ୍ତା କାଲି ବର୍ଷର ଶେଷ ସୂର୍ଯ୍ୟପରାଗ: ଜାଣନ୍ତୁ କାହା ପାଇଁ ଶୁଭ ଓ କାହା ପାଇଁ ଅଶୁଭ

ପୁରୀ: ଆସନ୍ତା କାଲି ଅର୍ଥାତ୍ ଗୁରୁବାର ପୌଷକୃଷ୍ଣ ଅମାବାସ୍ୟାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ୟ୍ୟପରାଗ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବ। ଏହି ପରାଗ କାଳର ଅବଧି ୩ ଘଣ୍ଟା ୯ ମିନଟ ରହିବ। ପରାଗସ୍ପର୍ଶ ସକାଳ ୮ଟା ୨୦ ମିନଟରେ ହେବ। ପରାଗ ମଧ୍ୟକାଳ ସକାଳ ୯ଟା ୫୪ ମିନଟ ଏବଂ ପରାଗ ସର୍ବମୋକ୍ଷ ଦିନ ୧୧ଟା ୨୯ ମିନଟରେ ହେବ। ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ବୁଧବାର ରାତି ୮ଟା ୨୦ ମିନଟଠାରୁ ପାକତ୍ୟାଗ, ଦେବନୀତି ଓ ଅନ୍ନଭୋଜନ ନିଷିଦ୍ଧ କରାଯାଇଛି। ପରାଗ ସର୍ବମୋକ୍ଷ ପରେ ମହାସ୍ନାନ କରାଇ ଦେବନୀତି କରାଯିବ।

କେଉଁ ରାଶି ପାଇଁ ଶୁଭ ଓ କାହା ପାଇଁ ଅଶୁଭ:

- Advertisement -

ପରାଗ ଦର୍ଶନ କର୍କଟ, ସିଂହ, କନ୍ୟା, ତୁଳା, ବିଛା ଓ କୁମ୍ଭରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭପ୍ରଦ ହେବ। ଏହା ବ୍ୟତୀତ ଅନ୍ୟ ରାଶିମାନଙ୍କ ପାଇଁ ପରାଗ ଦର୍ଶନ ଅଶୁଭ ଫଳଦାୟୀ ହେବ। ଏଣୁ ଏହି ବ୍ୟକ୍ତିମାନେ ପରାଗ ଦର୍ଶନ ନ କରିବା ଉତ୍ତମ।
ପରାଗ କାଳରେ ସର୍ବାଧିକ ପ୍ରଭାବ ଗର୍ଭସ୍ଥଶିଶୁ ଉପରେ ପଡିଥାଏ ବୋଲି କୁହାଯାଏ। ତେଣୁ ପରାଗ ସମୟରେ ଗର୍ଭବତୀ ମହିଳାମାନଙ୍କୁ ବହୁତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଯେପରିକି ପରାଗ ସମୟରେ ବାହାରକୁ ନବାହାରିବା, ପରାଗକୁ ନ ଦେଖିବା, ଧାରୁଆ ଅସ୍ତ୍ରର ବ୍ୟବହାର ନକରିବା, କବାଟ ଝରକା ବନ୍ଦ କରି ଘର ଭିତରେ ରହିବା, ଖାଦ୍ୟ ନଖାଇବା, ବାହାରେ ମଳମୂତ୍ର ତ୍ୟାଗ ନ କରିବା, କୌଣସି ଦ୍ରବ୍ୟକୁ ନକାଟିବା, ଡାଳପତ୍ର ନ ଛିଣ୍ଡାଇବା, ସିଲେଇ ନ କରିବା, ଖାଦ୍ୟ ତିଆରି ନ କରିବା, ସୂର୍ୟ୍ୟକିରଣ ନିଜ ଉପରେ ପଡ଼ିବାକୁ ନଦେବା ଏହିପରି କିଛି ନିୟମ ପାଳନ କଲେ ସେମାନଙ୍କ ପ୍ରତି କୌଣସି ଅସୁବିଧା ହୋଇନଥାଏ ତଥା ଗର୍ଭସ୍ଥ ଶିଶୁମାନଙ୍କର କୌଣସି କ୍ଷତି ହୋଇ ନ ଥାଏ।
ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ମଧ୍ୟ କେତେ ଗୋଟି ସାମାନ୍ୟ ପ୍ରତିକାର କଲେ ସେମାନଙ୍କ ଗର୍ଭସ୍ଥ ଶିଶୁ ପରାଗ କୁପ୍ରଭାବର ଶିକାର ହୋଇନଥାନ୍ତି-

-ପ୍ରଥମଟି ହେଲା ସେମାନେ ଯେତେବେଳେ ଖାଦ୍ୟ ଗ୍ରହଣ କରୁଛନ୍ତି ବା ପାନୀୟ ଗ୍ରହଣ କରୁଛନ୍ତି ସେଥିରେ ଦୁଇ ତିନୋଟି ତୁଳସୀ ପତ୍ର ଛିଣ୍ଡାଇ ପକାନ୍ତୁ ଏବଂ କିଛି ସମୟ ରଖିବା ପରେ ଖାଦ୍ୟ ପାନୀୟ ଗ୍ରହଣ କରିବା ଦ୍ଵାରା କୌଣସି ଅସୁବିଧା ହୋଇନଥାନ୍ତି।

-ଦ୍ୱିତୀୟଟି ହେଲା ପରାଗ ବେଳେ ଶୋଇବା ସମୟରେ ନିଜ ଗୋଡ଼ହାତକୁ ଯାକି ବା ମୋଡ଼ି ଶୁଅନ୍ତୁ ନାହିଁ । ହୋଇ ଶୁଅନ୍ତୁ। ଏହା ଦ୍ଵାରା ମଧ୍ୟ କୌଣସି ପରାଗର କୁପ୍ରଭାବ ପଡ଼ିନଥାଏ।

-ତୃତୀୟ ପ୍ରତିକାର ହେଲା ପରାଗ ସମୟରେ ଯେଉଁମାନଙ୍କର ନଶୋଇ ଚାହିଁବାର ଆବଶ୍ୟକତା ଅଛି, ସେମାନେ ନିଜ ପାଖରେ ଏକ ନଡ଼ିଆ କିମ୍ବା ତୁଳସୀ ପତ୍ର ରଖିପାରିବେ। ଶିବଙ୍କ ମନ୍ତ୍ର ବା ସୂର୍ୟଙ୍କ ଗାୟତ୍ରୀ ଜପ କରିବା ଦ୍ବାରା ସେମାନଙ୍କ ଉପରେ ମଧ୍ୟ କୌଣସି କୁପ୍ରଭାବ ପଡେନାହିଁ।

-ଚତୁର୍ଥ ପ୍ରତିକାର ହେଉଛି ପରାଗ ଲାଗିବା ସମୟରେ ପାଦରୁ ମୁଣ୍ଡ ପର୍ୟ୍ୟନ୍ତ ମାପି ନିଜ ଉଚ୍ଚତାର ଏକ ଧଳା ସୁତାକୁ ଛିଣ୍ଡାଇ ଘରର ବାୟୁ କୋଣରେ ବାନ୍ଧିଦିଅନ୍ତୁ। ପରାଗ ପରେ ଏହାକୁ ଜଳରେ ଭସାଇବା ଦ୍ଵାରା ପରାଗଜନିତ କୁପ୍ରଭାବ ଖଣ୍ଡିତ ହୋଇଥାଏ।

-ଭୁଲରେ ପରାଗ ସମୟରେ ଗ୍ରସ୍ତ ସୂର୍ଯ୍ୟଙ୍କୁ ଦର୍ଶନ କରିଦେଇଥିଲେ, ଦୁଇପାଦ ଓ ହାତକୁ ଧୋଇ ଗୋଡ଼ ଓ ହାତର କାଣିଆଙ୍ଗୁଠି ନଖରେ ଲହୁଣୀ ଲଗାଇଦେଇ ପରାଗ ପରେ ସ୍ନାନ କଲେ କୁପ୍ରଭାବ ପଡ଼ିବ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories