www.samajalive.in
Saturday, December 6, 2025
15.1 C
Bhubaneswar

ରୋଗୀଙ୍କୁ ସହାୟତାର ହାତ ବଢାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଅନ୍ତର୍ଗତ ଖିଣ୍ଡା ପଞ୍ଚାୟତର ତଲାବିରା ଖଦୁପଡା ଗ୍ରାମର ସୁଦର୍ଶନ ସାହୁଙ୍କ ଧର୍ମପତ୍ନୀ ତପସ୍ୱୀନି ସାହୁଙ୍କ ଗର୍ଭାଶୟ ଜନିତ ରୋଗର ଚିକିତ୍ସା ପାଇଁ ଝାରସୁଗୁଡାର ସଞ୍ଜିବନୀ ନର୍ସିଂ ହୋମ୍‍ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଅର୍ଥ ଅଭାବ ଯୋଗୁଁ ବ୍ୟୟ ବହୁଲ ଚିକିତ୍ସା(ଅପରେସନ୍‍) ଖର୍ଚ୍ଚ ବାବଦରେ ନସିଂ ହୋମ୍‍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଟଙ୍କାରୁ ୫ହଜାର ଟଙ୍କା କମ୍‍ ହେବା ଫଳ ରେ ନର୍ସିଂ ହୋମ୍‍ କର୍ତ୍ତୃପକ୍ଷ ପୁରା ଟଙ୍କା ନଦେଲେ ଡିସଚାର୍ଜ କରିବାକୁ ମନା କରିଦେଇଥିଲେ। ଶ୍ରମଜୀବୀ ଏକତା ସଙ୍ଗଠନ ଏବିଷୟରେ ଅବଗତ ହେଲାପରେ ହେମନ୍ତ କୁମାର ପାଣ୍ଡେ, ଉମାଲକାନ୍ତ ନାଥ, ପିତାମ୍ବର ବିଶ୍ୱାଲ ପ୍ରମୁଖ ଝାରସୁଗୁଡା ର ସଞ୍ଜିବନୀ ନର୍ସିଂ ହୋମ୍‍ କୁ ପହଞ୍ଚି ୫ହଜାର ଟଙ୍କା ପଇଠ କରିଥିଲେ। ସଙ୍ଗଠନ ପକ୍ଷରୁ ଚେକ୍‍ ଆକାରରେ ୫ହଜାର ଟଙ୍କା ପଇଠ କରାଗଲା ପରେ ତପସ୍ୱୀନି ସାହୁ ଙ୍କୁ ନର୍ସିଂ ହୋମ୍‍ ରୁ ଘରକୁ ଛଡା ଯାଇଥିଲା। ଶ୍ରମଜୀବୀ ଏକତା ସଙ୍ଗଠନର ଏହି ମହତ୍‍ କାର୍ଯ୍ୟ ବିଭିନ୍ନ ମହଲରେ ପ୍ରଶସଂଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories