www.samajalive.in
Saturday, December 6, 2025
26.1 C
Bhubaneswar

ମା’ ଭୁୟାଁଣୀଙ୍କ ପୀଠରେ ବୋଲଗଡ ବିଜେପି ପକ୍ଷରୁ ସମୂହ ଦୀପ ଦାନ

ବୋଲଗଡ: ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟଳୟ ପଥ ପରିଷ୍କାର କରିବାପରେ ଅଗଷ୍ଟ ୫ ତାରିଖ ବୁଧବାର ଆଜିର ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାଠାରେ ଭୂମିପୂଜନ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ଦୀର୍ଘ ୫୦୦ବର୍ଷର ସଂଘର୍ଷ ଏବଂ ଏହାପରେ ବିଜୟ ପ୍ରତ୍ୟେକ ହିନ୍ଦୁମାନଙ୍କୁ ନୂତନ ବଳ ଦେବା ସହିତ ଆଧ୍ୟାତ୍ମିକତା ସବୁରିଠାରେ ଜାଗ୍ରତ ହୋଇଛି। ଏହି ଉପଲକ୍ଷେ ଭାରତବର୍ଷର କୋଣ ଅନୁକୋଣରେ ପ୍ରଭୁ ଶ୍ରୀରାମଙ୍କର ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି କରିଛି। କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ ଅଯୋଧ୍ୟା ଯାଇ ସେଠାରେ ଭୂମିପୂଜନରେ ନିଜକୁ ସାମିଲ କରିବା ଦୂରୁହ ହୋଇଥିବାବେଳେ ସମଗ୍ର ବୋଲଗଡ ବ୍ଲକରେ ପ୍ରତ୍ୟେକ ଘର ସମ୍ମୁଖରେ ଦୀପ ଜାଳି ଏହି ଉତ୍ସବରେ ନିଜକୁ ସାମିଲ କରିଛନ୍ତି। ଏହି ଅବସରରେ ବୋଲଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଭୁୟାଁଣୀ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶରେ ବୋଲଗଡ ମଣ୍ଡଳ ବିଜେପି ପକ୍ଷରୁ ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି।

ସାମାଜିକ ଦୂରତା ରକ୍ଷା କରି ବିଜେପି ରାଜ୍ୟ ପରିଷଦ ସଭ୍ୟ ଲୋତକ ବିନ୍ଦୁ ପଟ୍ଟନାୟକ, ବୋଲଗଡ ମଣ୍ଡଳ ସଭାପତି ସଞ୍ଜୟ କୁମାର ବେହେରା,ବିନୋଦ ମହାରଣା,ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ମଣ୍ଡଳ କୃଷକମୋର୍ଚ୍ଚା ସଭାପତି ଆର୍ତ୍ତବନ୍ଧୁ ପ୍ରଧାନ,ଓବିସି ମୋର୍ଚ୍ଚ ସଭାପତି ଲକ୍ଷ୍ମୀଧର ବଳିୟାରସିଂହ,ଅଭି ପଟ୍ଟନାୟକ,ଦୁର୍ଗାଚରଣ ଦଳବେହେରା,ବନ୍ଧୁ କୁମାର ଭୋଳ,ଜଗବନ୍ଧୁ ମୁଦୁଲି, ତପନ କୁମାର ସାହୁଙ୍କ ସମେତ ବହୁ କାର୍ୟ୍ୟକର୍ତ୍ତା ଏହି ଦୀପ ଦାନ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories