www.samajalive.in
Saturday, December 6, 2025
23.1 C
Bhubaneswar

ଏବେ ବି ସାମାଜିକ ଦୁରତ୍ବକୁ ବେଖାତିର

ଭୁବନେଶ୍ବର : କରୋନା ସଂକ୍ରମଣରୁ ବର୍ତିବା ପାଇଁ ସରକାର ଲକ ଡାଉନ କରିଛନ୍ତି। ଘରେ ରହିବା ସହ ସତର୍କ ରଖିବାକୁ କୁହାଯାଇଛି। ବାହାରକୁ ବାହାରିଲେ ସାମାଜିକ ଦୁରତ୍ବ ରକ୍ଷା କରିବାକୁ ଲୋକଙ୍କୁ ସରକାର ପରାମର୍ଶ ଦେଉଥିଲେ ମଧ୍ୟ ଅନେକ ସ୍ଥାନରେ ଏହାକୁ ବେଖାତିର କରାଯାଉଥିବା ଦେଖଯାଇଛି। ବିଶେଷ କରି ହାଟ ତଥା ବ୍ୟବସାୟ ପ୍ରତିଷ୍ଠାନ ବ୍ୟବସାୟୀ ଓ କ୍ରେତା ସାମାଜିକ ଦୁରତ୍ବକୁ ମାନୁ ନଥିବା ଦେଖାଯାଇଛି । ଭୁବନେଶ୍ବରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଠାରେ ମଧ୍ୟ କିଛି ସାମାଜିକ ଦୁରତ୍ବକୁ ମାନୁ ନଥିବା ଜଣାପଡିଛି। ଏକ ନମ୍ବର ହାଟ ସମେତ ବିଭିନ୍ନ ହାଟରେ ଭିଡ ଯୋଗୁ ଉପୁଜୁଥିବା ବେପାରୀଙ୍କୁ ଅଲଗା ଅଲଗା ସ୍ଥାନରେ ବସା ଯାଇଥିଲେ ମଧ୍ୟ କ୍ରେତାଙ୍କ ମଧ୍ୟ ସାମାଜିକ ଦୁରତ୍ବ ଏବେ ବି ରହୁନାହିଁ।

ମଙ୍ଗଳବାର ସକାଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଏକ ନମ୍ବର ହାଟରେ। ଏକ ନମ୍ବର ହାଟ ଓ କଳିଙ୍ଗ ମାର୍କେଟ ମଧ୍ୟରେ ଥିବା ରାସ୍ତା ଲୋକାରଣ୍ୟ ହୋଇଥିଲା। ପାନ ବ୍ୟବସାୟୀଠୁ ଆରମ୍ଭ କରି ଅନ୍ୟ ବ୍ୟବାସାୟୀମାନେ ଭିଡ ଜମାଇଥିବା ବେଳେ ସେମାନଙ୍କ ମଧ୍ୟରେ ସାମାଜିକ ଦୁରତ୍ବ ନଥିଲା। କିଛି ଲୋକ ମାସ୍କ ମଧ୍ୟ ପିନ୍ଧି ନଥିଲେ। ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଗୋଟିଏ ଦୋକାନ ପାଖରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ। ଅତି ନିକଟରେ ରହି ଲୋକେ ବାର୍ତ୍ତାଳାପ କରୁଥିବା ବେଳେ ଯାଆ ଆସ କରୁଥିବା ଲୋକଙ୍କ ମଧ୍ୟରେ ସତର୍କତା ମଧ୍ୟ ନଥିଲା। ଏଭଳି ଭାବେ ସାମାଜିକ ଦୁରତ୍ବକୁ ବେଖାତିର କରାଗଲେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।­

- Advertisement -

 

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories