www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ପରେ ଏବେ ଆସିଲା ଲକ୍‍ଡାଉନ୍‍ ରାପ୍‍ ସଙ୍ଗ୍‍, ହେଉଛି ଖୁବ୍‍ ଭାଇରାଲ୍‍

ମୁମ୍ବଇ: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ଦେଶରେ ମଧ୍ୟ ଏହା ନିଜ କାୟା ବିସ୍ତାର କରି ଚାଲିଛି। ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ତଥା ରୋକିବାକୁ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ଲକ୍‍ଡାଉନ୍‍କୁ ମୁଖ୍ୟ ଅସ୍ତ୍ର ଭାବେ ଗ୍ରହଣ କରିଛନ୍ତି। ଇତି ମଧ୍ୟରେ କରୋନା ଓ ଲକ୍‍ଡାଉନକୁ ନେଇ ସାମାଜିକ ଗଣମାଧ୍ୟମରେ କିଛି ଗୀତ ଭାଇରାଲ୍‍ ହେଉଛି। ଯାହା ଏହି ସମୟରେ ଲୋକଙ୍କୁ ସଚେତନ କରିବା ସହ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି। ପୂର୍ବରୁ କରୋନାକୁ ନେଇ ଏକ ଗୀତ ଭାଇରାଲ୍‍ ହୋଇଥିବା ବେଳେ ଏବେ ଉଭୟ ଲକ୍‍ଡାଉନ ଓ କରୋନାକୁ ନେଇ ପ୍ରଥମ ଗୀତ ସାମ୍ନାକୁ ଆସିଛି। ଏହା ଏକ ରାପ୍‍ ସଙ୍ଗ୍‍। ଏହି ମ୍ୟୁଜିକ୍‍ ଭିଡିଓକୁ ଏଫ୍‍ଥ୍ରୀ ଷ୍ଟୁଡିଓ ନାମକ ୟୁଟ୍ୟୁବ୍‍ ଚ୍ୟାନେଲରେ ଅପଲୋଡ଼୍‍ କରାଯାଇଛି। ଅପଲୋଡ଼୍‍ ହେବାର କିଛି ସମୟ ମଧ୍ୟରେ ଏହାକୁ ହଜାର ହଜାର ଲୋକ ଦେଖି ସାରିଲେଣି ଏବଂ ଖୁବ୍‍ ଭାଇରାଲ୍‍ ମଧ୍ୟ ହେଉଛି। ଗୀତକୁ ଉତ୍ସବ କୁମାର ଲେଖିଥିବା ବେଳେ ଆଶିଷ ଭାଟିୟା ଏହାକୁ ଏଡିଟ୍‍ କରିଛନ୍ତି। ଏହି ମ୍ୟୁଜିକ୍‍ ଭିଡିଓରେ ଅନେକ ବଲିଉଡ଼୍‍, ଟିଭି ଓ ଟିକଟକ୍‍ ଷ୍ଟାରଙ୍କୁ ସାମିଲ କରାଯାଇଛି।

ଭିଡିଓର ଡେସ୍କ୍ରିପ୍‍ସନରେ ଲେଖାହୋଇଛି ଯେ, ଏଥିରେ ମୋଟ୍‍ ୫୫ ଜଣ ଷ୍ଟାରଙ୍କ କ୍ଲିପ୍‍କୁ ସାମିଲ କରାଯାଇଛି। ସମସ୍ତ କଳାକାର ଘରେ ରହି ମୋବାଇଲ୍‍ ଫୋନ୍‍ ଜରିଆରେ ଏହି ଭିଡିଓ ପାଇଁ କ୍ଲିପ୍ସ ରେକର୍ଡ଼ କରିଛନ୍ତି। ପରେ ଏହାକୁ ଏକାଠି କରାଯାଇ ଏଡିଟ୍‍ କରାଯାଇଛି। ଏହା ସହିତ ଲେଖାହୋଇଛି, ଏହି ଭିଡିଓ ଜରିଆରେ ବର୍ତ୍ତମାନ ପରିସ୍ଥିତିରେ ଆମ ସରକାରଙ୍କୁ ସାହାଯ୍ୟ କରିବାକୁ ଏହା ଆମର ଏକ ପ୍ରଚେଷ୍ଟା। ଏହାସହିତ ଲୋକଙ୍କୁ ସଚେତନ କରିବାକୁ ଏହା ଏକ ସକରାତ୍ମକ ପଦକ୍ଷେପ।

- Advertisement -

କମେଣ୍ଟ ବକ୍ସରେ ଅନେକ ଲୋକ ଏହି ମ୍ୟୁଜିକ୍‍ ଭିଡିଓକୁ ଖୁବ୍‍ ଭଲ କମେଣ୍ଟ ଦେବା ସହ ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories