www.samajalive.in
Sunday, December 14, 2025
19.1 C
Bhubaneswar

ନାଗୁଣୀର ପ୍ରତିଶୋଧ: ୨ ଦିନରେ ଗୋଟିଏ ଗାଁର ୨୬ଲୋକଙ୍କୁ ଦଂଶନ, ଜଣେ ମୃତ

ଉତ୍ତରପ୍ରଦେଶର ବହରାଇଚ ଜିଲା ଅନ୍ତର୍ଗତ ବାବାଗଞ୍ଜ ଅଞ୍ଚଳର ଏହି ଘଟଣା । ବର୍ଷାଦିନରେ  ସାପ ଗାତରେ ପାଣି ପଶି ଯିବାରୁ ବିଷାକ୍ତ ସାପ ବାହାରକୁ ବାହାରି ଆସିଛନ୍ତି । ଶଙ୍କରପୁର, ଚିଲବିଲା, ବେଲଭରିଆ ଆଦି କିଛି ଗାଁରେ ଗତ କିଛିଦିନ ମଧ୍ୟରେ ସାପ କାମୁଡ଼ାରେ ଅନ୍ୟୂନ ଦୁଇ ଡ଼ଜନ ଲୋକ ଓ ୧୦ରୁ ଅଧିକ ପଶୁଙ୍କୁ ସାପ କାମୁଡ଼ିଛି । ଗତ ନାଗପଞ୍ଚମୀ ଦିନ ପଶୁମାନଙ୍କୁ ଖାଦ୍ୟ ଦେବାକୁ ଯାଉଥିବା ଇବରାର ନାମକ ଜଣେ ବ୍ୟକ୍ତିକୁ ସାପ କାମୁଡ଼ିବାକୁ ଗୋଡ଼ାଇଥିଲା । ​‌ଇବ୍ରାର କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ ପଳାଇବାକୁ ସକ୍ଷମ ହୋଇଥିଲା । କିନ୍ତୁ ଏହା ମଧ୍ୟରେ କେହି ସେହି ସାପଟିକୁ ପିଟିପିଟି ମାରି ଦେବାରେ ସକ୍ଷମ ହୋଇଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ଗାଁରେ ତାଣ୍ଡବ । ମୃତ ସାପର ଯୋଡ଼ି ଥିବା ନାଗୁଣୀ ଗାଁର ସନ୍ଦୀପ, ଗୁଲାବୀ ଦେବୀ, ଶୀଲା ଦେବୀ, ମାୟା ଦେବୀ, ଝାଲ୍ଲେ, ଧର୍ମପ୍ରକାଶ, ବିପିନ, ଚିର୍କୁ, ଭାଗିରଥୀ ଓ ନଗରିଆ, ପୱନ ସମେତ ୨୬ ଜଣଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଛି । ଏମାନଙ୍କ ମଧ୍ୟରୁ ମୁନସୀରାମ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି । ଜଣେ ଗ୍ରାମବାସୀ କହିଛନ୍ତି ଯେ ନାଗପଞ୍ଚମୀରେ ଗାଁର ଏକ ମନ୍ଦିରରେ ରହୁଥିବା ନାଗ-ନାଗୁଣୀ ମଧ୍ୟରୁ ନାଗଟିକୁ କିଛି ବ୍ୟକ୍ତି ପିଟିପିଟି ମାରି ଦେଇଥିଲେ । ଏହାପରେ କ୍ରୋଧାନ୍ବିତ ନାଗୁଣୀ ଗାଁରେ ଆତଙ୍କ ସୃଷ୍ଟି କରିଛି । ସର୍ପ ଦଂଶନର ଶିକାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ  ଏହି ସାପ ରାତିରେ ଶୋଇଥିବା ବେଳେ ଆସି କାମୁଡ଼ୁଛି । ସେଥିପାଇଁ ଭୟରେ ପିଲାମାନଙ୍କୁ ଅନ୍ୟତ୍ର ପଠାଇ ଦେବା ବ୍ୟତୀତ ଅନ୍ୟ କିଛି ବାଟ ନାହିଁ ବୋଲି ସେ କହିଛନ୍ତି ।

- Advertisement -

କିଛି ଗ୍ରାମବାସୀ ସାପ ଧରିବା ପାଇଁ ସାପୁଆକେଳାଙ୍କୁ ଡ଼ାକିଛନ୍ତି । ହେଲେ ବର୍ଷା ଋତୁରେ ସବୁ ସାପଙ୍କୁ ଧରିବା ସମ୍ଭବ ନୁହେଁ ଓ ଯେଉଁ ନାଗୁଣୀଟି କ୍ରୋଧବଶତଃ କାମୁଡ଼ୁଛି ତାକୁ ଚିହ୍ନଟ କରିବା ମଧ୍ୟ ଅସମ୍ଭବ ବୋଲି ସାପୁଆ କେଳା କହିଛି । ଏହାପରେ ଗାଁରେ ଆତଙ୍କ ସୃଷ୍ଟି ହୋଇଛି ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories