www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତା କଡ଼ରୁ ଅଜଗର ସାପ ଉଦ୍ଧାର

ସାରନଗରୀ : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପରେ ଶୁକ୍ରବାର ସକାଳୁ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳ ସମୟରେ ସ୍ଥାନୀୟ ଅଂଚଳର ଲୋକମାନେ ପ୍ରାତଃ ଭ୍ରମଣ କରୁଥିବା ସମୟରେ, ମୋହନ ଚନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ନଜର ଅଜଗର ସାପ ଉପରେ ପଡ଼ିଥିଲା । ସାରନଗରୀ ମା’ ମଙ୍ଗଳା ଛକ ନିକଟ  ଟାଉନ ଆଉଟପୋଷ୍ଟ ରାସ୍ତା କଡ଼ରେ ଅଜଗର ସାପଟି ଶୋଇ ରହିଥିଲା । ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ । ଏହାପରେ ଏ ସମ୍ପର୍କରେ ବରିଷ୍ଠ ସାପ ଧରାଳୀ ତଥା ସାମାଜିକ କର୍ମୀ ଦେବାନନ୍ଦ ବେହେରାଙ୍କୁ ସୂଚନା ଦିଆଯିବା ପରେ ଶ୍ରୀ ବେହେରା ତୁରନ୍ତ ଘଟଣାସ୍ଥଳରେ ପହଂଚି ଅଜଗର ସାପକୁ ଉଦ୍ଧାର କରିଥିଲେ । ସାପ ଧରା କାର୍ଯ୍ୟରେ ରେନସା ମାଝୀ ସହଯୋଗ କରିଥିଲେ । ସାପଟିକୁ ଧରି ବନବିଭାଗକୁ ହସ୍ତାନ୍ତର କରିବା ପରେଏହାକୁ ନିକଟ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଉକ୍ତ  ଅଜଗର ସାପ ରାସ୍ତାରେ ଶୋଇ ରହିଥିବା ବେଳେ, ଏହାକୁ ଦେଖିବାକୁ କିଛି ସମୟ ପାଇଁ ଦେଖଣାହାରୀଙ୍କ ଭିଡ଼ ଜମିବା ସହ କିଛି ଲୋକ ମୋବାଇଲ ମାଧ୍ୟମରେ ଅଜଗର ସାପର ଫଟୋ ଓ ଭିଡ଼ିଓ ଉଠେଇଥିବା ଦେଖିବାକୁ ମିଳିଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories