www.samajalive.in
Saturday, December 6, 2025
26.1 C
Bhubaneswar

ବିହାର ନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ

ନୂଆଦିଲ୍ଲୀ : ବିହାରର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ଗତିବିଦ୍ଧି ସେତିକି ମାତ୍ରାରେ ବୃଦ୍ଧି ହେବାର ଲାଗିଛି। ବିହାରର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଅର୍ଥାତ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ରାଜ୍ୟରେ ନିର୍ବାଚନ ପ୍ରଚାର କରିବାକୁ ଯାଉଛନ୍ତି। ବିହାରରେ ଦୁଇ ନେତାଙ୍କ ଆଜି ଏହା ହେଉଛି ପ୍ରଥମ ରାଲି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ ତିନିଟି ରୋହତାସ, ଗୟା ଓ ଭାଗଲପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ସେହିଭଳି ରାହୁଲ ଗାନ୍ଧୀ ଭାଗଲପୁର ଜିଲ୍ଲାର କହଲଗାଁ ଓ ନବାଦର ହିସୁଆ ରାଲିରେ ଯୋଗଦେବେ। ଦଳ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ନିର୍ବାଚନୀ ସଭା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆଜିର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ନୀତିଶ କୁମାରଙ୍କ ସହ ନଜର ଆସିବାକୁ ଥିବାବେଳେ ରାହୁଲ ଗାନ୍ଧି ତେଜସ୍ବୀ ଯାଦବଙ୍କ ସହ ଦେଖିବାକୁ ମିଳିବେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories