www.samajalive.in
Friday, December 12, 2025
16.1 C
Bhubaneswar

ଗ୍ରାମରେ ଭାଇଚାରା ରକ୍ଷା କରିବା ସହ ପ୍ରତି ପରିବାର ଗୋଟିଏ ଗଛ ଲଗାଅ : ସୁବାରାଓ

ସୁଆଣ୍ଡୋ : ଜାତୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ତଥା ଲୋକସେବକ ମଣ୍ଡଳର ଟ୍ରଷ୍ଟି ଡ. ଏସ୍.ଏନ୍ ସୁବାରାଓଙ୍କୁ ସାକ୍ଷୀଗୋପାଳ କାଦୁଆ ଆଶ୍ରମ ଠାରେ ବୁଧବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ କରିବା ସହ ଭଲମଣିଷ ହେବା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଗଛ ଲଗାଇବାକୁ ସୁବା ରାଓ ପରାମର୍ଶ ଦେଇଥିଲେ। ରାଜସ୍ଥାନ ସେବା ଶିବିରରେ ଯୋଗଦେଇଥିବା ସତ୍ୟବାଦୀର ଦଶ ଜଣ ଯୁବ ସେବକଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧର ପୁର ପକ୍ଷୀମୁଣ୍ଡା ଗ୍ରାମରେ ପରିମଳ ଉପକରଣ ସହିତ ସୋଲାର ବତି ବାଣ୍ଟିବା ଏବଂ ଗ୍ରାମର ପରିମଳ ଓ ବିବାଦ ଗୁଡିକ ନିଜ ନିଜ ମଧ୍ୟରେ ଆପୋଷ ସମାଧାନ କରିବା ପାଇଁ ସେ କହିଥିଲେ। ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବୃକ୍ଷ ଭରଣା ପାଇଁ ବୃକ୍ଷ ରୋପଣ କରିବାକୁ ଗ୍ରାମବାସୀଙ୍କୁ ସେ ପରାମର୍ଶ ଦେଇଥିଲେ। ସେହିପରି ଡ. ସୁବାରାଓ ପୁରୀ ଅଭିମୁଖେ ଯାତ୍ରା କରି ବ୍ରହ୍ମଗିରି ବ୍ଲକର ବ୍ରାହ୍ମଣୀଆ ଗ୍ରାମରେ ଆୟୋଜିତ ସଭାରେ ଯୋଗ ଦେଇ ଗ୍ରାମରେ ଭାଇଚାରା ରକ୍ଷା ବିପଦ ଆପଦରେ ଅନ୍ୟକୁ ସାହାଯ୍ୟ କରିବା ଆଦି ବିଷୟରେ ଆଲୋକପାତ କରିବା ଓ ବୃକ୍ଷରୋପଣ କରିବାକୁ କହିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories