www.samajalive.in
Monday, December 15, 2025
26.1 C
Bhubaneswar

ବାଲି ଚୋରା ଚାଲାଣକୁ ନେଇ ଗୁରୁବାର ତହସିଲ କାର୍ଯ୍ୟାଳୟ ଘେରିବ ବିଜେପି

ପାଟଣା : ସାହାରପଡା ତହସିଲ ଅଞ୍ଚଳରେ ବଢିଚାଲିଥିବା ବାଲି ଚୋରା ଚାଲାଣକୁ ନେଇ ଏପ୍ରିଲ ୮ ରେ ସାହାରପଡା ତହସିଲ ଅଫିସକୁ ଘେରାଓ କରିବାକୁ ସାହାରପଡା ବିଜେପି ଚେତାବନୀ ଦେଇଥିବା ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସାହାରପଡା ବ୍ଲକକୁ ବୈତରଣୀ ନଦୀ ଏବଂ ଦେଓ ନଦୀ ଘେରି ରହିଥିବା ବେଳେ ବିନା ଲିଜରେ ଏହି ଦୁଇ ନଦୀ ସହିତ ବିରଳ ଆଦି ଛୋଟ ନଦୀ ନାଳ ଗୁଡିକରେ ବେଆଇନ ଭାବେ ବହୁତ ସଂଖ୍ୟାରେ ବାଲି ଘାଟ ସବୁ ଗଢି ଉଠିଥିଲା। ପ୍ରଶାସନର ଦୃଷ୍ଟିଗୋଚରରେ ବାଲିଘାଟ ସବୁ ଚାଲୁଥିବାର ସାହାରପଡା ବ୍ଲକ ବିଜେପି ଗୁରୁତର ଅଭିଯୋଗ କରିଛି। ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରି ବହୁ ପରିମାଣରେ ଜୁମେଇଁ, ମଉଦିପା, ଦୁଆଘାଟ, ମଙ୍ଗଳପୁର ବାଲିଘାଟରୁ ମେସିନ ସାହାଯ୍ୟରେ ଲୋଡ଼ ହୋଇ ହାଇଓ୍ବା ଓ ଟ୍ରାକ୍ଟର ଦ୍ୱାରା ଚୋରା ଚାଲାଣ ହେଉଥିବା ବେଳେ ସାହାରପଡା ତହସିଲ କର୍ମଚାରୀମାନେ ନିରବଦ୍ରଷ୍ଟା ସାଜିଛନ୍ତି । ଏଥି ଯୋଗୁଁ ବ୍ଲକର ନିରୀହ ଆଦିବାସୀ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ନିର୍ମାଣ ନିମନ୍ତେ ଟ୍ରାକ୍ଟର ଯୋଗେ ବାଲି ନେବାର ଅଧିକାର ଥିଲେ ମଧ୍ୟ ତହସିଲ କର୍ମଚାରୀ ମାନେ ସେଗୁଡିକୁ ଧରି ୨୫୦୦୦/- ଟଙ୍କା ଲେଖାଏଁ ଫାଇନ କରୁଥିବା ଯୋଗୁଁ ହିତାଧିକାରୀମାନେ ଗୃହ ନିର୍ମାଣ କରିପାରୁନାହାନ୍ତି। ତେଣୁ ଏହାକୁ ବିରୋଧ କରି କାଲି ସାହାରପଡା ତହସିଲ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ସାହାରପଡା ମଣ୍ଡଳ ସଭାପତି ହରିଶ ଚନ୍ଦ୍ର ମହାନ୍ତ ଏବଂ ଉଦୟପୁର ମଣ୍ଡଳ ସଭାପତି ସୁଦର୍ଶନ ମହାନ୍ତ ଘୋଷଣା କରିଛନ୍ତି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories