www.samajalive.in
Friday, December 5, 2025
26.1 C
Bhubaneswar

ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ବୁହାହେଇ ବୋଟ୍ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗଲେ ଗର୍ଭବତୀ

କଲମପୁର : କଳାହାଣ୍ଡିରେ ଥମୁ ନାହିଁ ଜନନୀ ଯନ୍ତ୍ରଣା। ପୁଣି ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର। ପୁଣି ଜଣେ ଜନନୀ ଯନ୍ତ୍ରଣା ଭୋଗି ଏକ ଖଟିଆରେ ବୁହାହେଇ ଜଳଭଣ୍ଡାରର ମଧ୍ୟରେ ଥିବା ତେନ୍ତୁଳିପଦର ଘାଟ ପର୍ଯ୍ୟନ୍ତ ଯାଇ ବୋଟ୍ ଆମ୍ବୁଲାନ୍ସର ସେବା ପାଇବା ଘଟଣା ସାଧାରଣରେ ଆଲୋଚନାର ପ୍ରସଙ୍ଗ ପାଲଟିଛି।
ସୂଚନା ଅନୁସାରେ ଥୁଆମୁଳ ରାମପୁରର ଇନ୍ଦ୍ରାବତି ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ପୋଡାପଦ ପଞ୍ଚାୟତ ଅଧିନସ୍ଥ ଭିତରଡୁଙ୍ଗା ଗାଁର ଅଭି ମାଝୀଙ୍କ ପତ୍ନୀ ଗୁରୁବାରୀ (୩୦) ବୁଧବାର ସକାଳେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଇଥିଲେ। ପରିବାର ଲୋକ ଏନେଇ ସ୍ତାନୀୟ ଆଶା କର୍ମୀଙ୍କୁ ଜଣାଇଥିଲେ। ଆଶା କର୍ମୀ ତୁରନ୍ତ ଜଳ ଭଣ୍ଡାର ମଧ୍ୟରେ ଉପଲବ୍ଧ ବୋଟ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍ସଟି ତେନ୍ତୁଳିପଦର ଘାଟ ନିକଟରେ ପହଞ୍ଚିବା ପାଇଁ ସୁଚନା ଦେଇଥିଲେ। ଭିତରଡୁଙ୍ଗା ଠାରୁ ତେନ୍ତୁଳିପଦରର ଦୂରତା ପ୍ରାୟ ୨ କିଲୋମିଟର କିନ୍ତୁ ରାସ୍ତାର ଅଭାବ। ଯେଉଁଥିପାଇଁ ପରିବାର ଲୋକ ଏକ ଖଟିଆରେ ଗର୍ଭବତୀ ମହିଳାଙ୍କୁ ବୋହି ଅଣ ଓସାରିଆ ଜଙ୍ଗଲିଆ ରାସ୍ତା ଦେଇ ତେନ୍ତୁଳିପଦର ଘାଟରେ ଥିବା ବୋଟ୍ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ବୋଟ୍ ଆମ୍ବୁଲାନ୍ସ ଯୋଗେ ଜଳ ଭଣ୍ଡାର ପାର କରି ନବରଙ୍ଗପୁର ପୋଡାଗଡ ଘାଟ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏଭଳି ଅନେକ ଘଟଣା ରିତିମତ ଦେଖିବାକୁ ମିଳିଛି। କିନ୍ତୁ ଏହି ବିଚ୍ଛିନ୍ନାଞ୍ଚଳର ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ସ୍ଥାୟୀ ସମାଧାନ ହେଇ ପାରୁ ନାହିଁ। ଏମାନେ ଅଞ୍ଚଳର ବିକାଶ ପାଇଁ ଭିଟା ମାଟିର ମୋହ ତ୍ୟାଗ କରିଥିଲେ ମଧ୍ୟ ଏମାନଙ୍କ ସୁବିଧା ସୃଷ୍ଟି ନକରିବା ପରିତାପର ବିଷୟ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories