www.samajalive.in
Saturday, December 13, 2025
23.1 C
Bhubaneswar

ରାଜ୍ୟର ସ୍ମାର୍ଟ ସ୍କୁଲ ତାଲିକାରେ ସ୍ଥାନ ପାଇଲା କନ୍ଧମାଳର ୧୦ଟି ହାଇସ୍କୁଲ

ଫୁଲବାଣୀ: ରାଜ୍ୟର ସ୍ମାର୍ଟ ସ୍କୁଲ ତାଲିକାରେ କନ୍ଧମାଳ ଜିଲାର ୧୦ଟି ହାଇସ୍କୁଲ ସ୍ଥାନ ପାଇଛି। ସେଥିମଧ୍ୟରେ କନ୍ଧମାଳ ଜିଲାର ୪ଟି ବାଳିକା ହାଇସ୍କୁଲ ରହିଛି। କନ୍ଧମାଳ ଜିଲାର ୧୦ଟି ସ୍ମାର୍ଟ ସ୍କୁଲ ମଧ୍ୟରୁ ଫୁଲବାଣୀରେ ଥିବା ୨ଟି ବିଦ୍ୟାଳୟକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଗସ୍ତ କରିଥିଲେ। ସଚିବଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବିିଭିନ୍ନ ଦୃଷ୍ଟିକୋଣରୁ ବିଚାରକୁ ନିଆଯାଇ ପ୍ରଥମ ଦଫାରେ ୧୦ଟି ବିଦ୍ୟାଳୟକୁ ଏହି ତାଲିକା ଭୁକ୍ତ କରାଯାଇଥିବାର ଜଣାଯାଇଛି।

 

- Advertisement -

ବିଶେଷ କରି ସ୍କୁଲର ଶିକ୍ଷା ବ୍ୟବସ୍ଥା, ପରୀକ୍ଷାଫଳ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସଂଖ୍ୟା , ଭିତିଭୂମିକ , ସ୍ୱଚ୍ଛତା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଅନ୍ତଭୁକ୍ତ କରାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟରେ ଅଛି ଫୁଲବାଣୀ ସହରର ଏଜେଓ ସରକାରୀ ହାଇସ୍କୁଲ ଓ ବାଳିକା ହାଇସ୍କୁଲ , ଦାରିଙ୍ଗବାଡ଼ି ବ୍ଳକର ସିମନବାଡ଼ି ହାଇସ୍କୁଲ ଓ ବ୍ରାହ୍ମଣୀଗାଁ ସ୍ଥିତ ପ୍ରଭାତି ତାରା ବାଳିକା ହାଇସ୍କୁଲ, ରାଇକିଆ ସ୍ଥିତ ବିଜୟ ହାଇସ୍କୁଲ, ତୁମୁଡ଼ିବନ୍ଧ ବ୍ଳକର ସରକାରୀ ହାଇସ୍କୁଲ, ବାଲିଗୁଡ଼ା ସ୍ଥିତ ସରକାରୀ ବାଳିକା ହାଇସ୍କୁଲ, ଖଜୁରିପଡ଼ା ବ୍ଳକର ଦୂତିପଡ଼ା ସରକାରୀ ହାଇସ୍କୁଲ, ଫିରିଙ୍ଗିଆ ବ୍ଳକର ନେଡ଼ିପଦର ସ୍ଥିତ ସରକାରୀ ହାଇସ୍କୁଲ ଓ ଜି.ଉଦୟଗିରି ସ୍ଥିତ ସରକାରୀ ହାଇସ୍କୁଲ ସାମିଲ୍ କରଯାଇଛି। ଏହି ସବୁ ସ୍କୁଲ ଗୁଡ଼ିକରେ ଶ୍ରେଣୀଗୃହ ଗୁଡ଼ିକ ଅତ୍ୟାଧୁନିକ କରାଯିବା ସହିତ ଉନ୍ନତମାନ କରାଯିବ। ସେହିଭଳି ବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବ। ଏଥିପାଇଁ ସରକାର ବିିଭିନ୍ନ ପର୍ଯ୍ୟାୟରେ ଅନୁୁଦାନ ପ୍ରଦାନ କରାଯିବ। ଆଜି ଏହି ଅବସରରେ ଜିଲା ପ୍ରଶାସନକୁ ବିଦ୍ୟାଳୟ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories