www.samajalive.in
Thursday, December 11, 2025
18.1 C
Bhubaneswar

ରେଳ ଧାରଣାରୁ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଲଖନପୁର : ବେଲପାହାଡ଼ ଲୁହୁରାପଡା ନିକଟସ୍ଥ ହାୱଡ଼ା-ମୁମ୍ବାଇ ଡାଉନ ଲାଇନ ରେଳ ଧାରଣା ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହକୁ ରେଳବାଇ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବେଲପାହାଡ଼ ସ୍ଥାନୀୟ ଲୁହୁରାପଡାର ମନୁ ପ୍ରସାଦ ଗୁପ୍ତାଙ୍କ ପୁଅ ବିଶାଳ ଗୁପ୍ତା (୨୨) ବୋଲି ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ବିଶାଳଙ୍କୁ ତାଙ୍କ ପଡ଼ାର ଆଉ ଜଣେ ଯୁବକ କୁଆଡ଼େ ଯିବା ପାଇଁ କହି ଘରୁ ଡାକି ନେଇଥିଲା। ଘର ଲୋକଙ୍କ ବାରଣ ସତ୍ତ୍ବେ ବିଶାଳ ସେହି ଯୁବକଙ୍କ ସହିତ ଘରୁ ବାହାରିଥିଲେ। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ଶୁକ୍ରବାର ସକାଳେ ବିଶାଳଙ୍କ ମୃତଦେହ ଲୁହୁରାପଡ଼ା ନିକଟସ୍ଥ ହାୱଡ଼ା-ମୁମ୍ବାଇ ଡାଉନ ଲାଇନ ରେଳ ଧାରଣାର ଖମ୍ବ ନମ୍ବର-୫୩୬/୧୦ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାର ସହିତ ରେଳବାଇ ପୁଲିସକୁ ଖବର ଦେଇଥିଲେ। ରେଳବାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ବିଶାଳଙ୍କ ମୃତଦେହ ଉଦ୍ଧାର କରିଥିଲା । ଏନେଇ ରେଳବାଇ ପୁଲିସ କେସ ନମ୍ବର ୧୦/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ବର୍ତ୍ତମାନ ସୁଦ୍ଧା ବିଶାଳ ନିଜେ ପ୍ରକୃତରେ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ କେହି ଯୋଜନା ମୁବାବକ ହତ୍ୟା କରିଛି ନା ଅସାବଧାନତା ହେତୁ ରେଳ ଦୁର୍ଘାଟଣାରେ ତାଙ୍କ ମୃତ୍ୟୁ ଘଟିଛି ତାହା ସମ୍ପୂର୍ଣ୍ଣ ରହସ୍ୟ ଘେରରେ  ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ଘଟଣାର ଅଧିକ ତଥ୍ୟ ମିଳିପାରିବ ବୋଲି ରେଳବାଇ ପୁଲିସ ପ୍ରକାଶ କରିଛି। ତେବେ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଏନେଇ ରେଳବାଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories