www.samajalive.in
Wednesday, December 10, 2025
14.1 C
Bhubaneswar

ଓଡ଼ିଶା ସୀମାନ୍ତ କନକତୋରାରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଲଖନପୁର/କନକତୋରା : ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଓଡ଼ିଶା ସୀମାନ୍ତ କନକତୋରାଠାରେ ଜାତୀୟ ରାଜପଥ ୪୯କୁ ସିଲ୍ କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅତ୍ୟାବଶ୍ୟକ ନଥିଲେ କାହାରିକୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଅଞ୍ଚଳକୁ ଯିବାକୁ ଦିଆଯାଉନାହିଁ। ଏହାର ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସମସ୍ତ ପ୍ରକାର ଯାନବାହାନ ଯାଞ୍ଚ କରିବା ସହ ଲୋକଙ୍କୁ ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ହେଲମେଟ ଯାଞ୍ଚ ଆଦିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ସ୍ଥାନରେ ପୁଲିସ ପହରାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହା ସହ ଅଞ୍ଚଳରେ ପରିଚାଳିତ ସମସ୍ତ ସାପ୍ତାହିକ ବଜାର ଗୁଡ଼ିକୁ ୩ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ସୀମା ସିଲ୍ ହେବା ଫଳରେ ଛତିଶଗଡ଼ଉପରେ ନିର୍ଭର କରୁଥିବା ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳର ବ୍ୟବସାୟୀ ଓ ସାଧାରଣ ଲୋକେ ଏଥିରେ ପ୍ରଭାବିତ ହେବେ ବୋଲି ଅନୁମାନ କରାଯାଉଛି। ଏହି ଅବସରରେ ଶୁକ୍ରବାର ଦିନ ପ୍ରଶାସନ ପକ୍ଷରୁ ଉପଜିଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବିଡିଓ ସଞ୍ଜିବ ପଟେଲ, ରେଙ୍ଗାଲି ଆଇଅଇସି ସାରଙ୍ଗଧର ପାଣିଗ୍ରାହୀଙ୍କ ସମେତ ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ୱାଳ, କନକତୋରା ସରପଞ୍ଚ ଡଲି କଲ୍ୟାରୀ ପ୍ରମୁଖ କନକତୋରା କାଳୀ ମନ୍ଦିର ଛକ ନିକଟସ୍ଥ ସୀମାରେ ଉପସ୍ଥିତ ରହି ଲୋକଙ୍କ ଗତିବିଧି ଉପରେ ଅନୁଧ୍ୟାନ କରିଥିଲେ। ପ୍ରକାଶ ଥାଉକି ଯେ, ଦେଶର ଅନ୍ୟ କେତେକ ରାଜ୍ୟ ସମେତ ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ମଧ୍ୟ କରୋନ ସଂକ୍ରମଣ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ତଥା କରୋନା ଭୂତାଣୁ ଯେମିତି ଏହି ଅଂଚଳକୁ ନ ବ୍ୟାପେ ସେନେଇ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲା ପ୍ର୍ରଶାସନ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ସହ ବିଭିନ୍ନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରକାଶ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories