www.samajalive.in
Saturday, December 13, 2025
18.1 C
Bhubaneswar

ସଂସ୍କୃତି ଭବନ ନିକଟରେ ଅପସଂସ୍କୃତି, ଶୌଚାଳୟ ଥାଇ ବାହାରେ ଶୌଚ

ଭୁବନେଶ୍ବର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ସଂସ୍କାର ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନେଉଛନ୍ତି। ହେଲେ ସଂସ୍କୃତି ଭବନ ସାମ୍ନା ଫାଟକ ବନ୍ଦ ରହିଥିବାବେଳେ ଏଠାରେ ଦେଖାଦେଉଥିବା ଅବ୍ୟବସ୍ଥା ବିଭାଗର ଅପସଂସ୍କୃତିକୁ ପଦାରେ ପକାଇଛି। ଫାଟକ ନିକଟରେ ଲୋକେ ଶୌଚ କରୁଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି। ଏହାସହିତ ଆବର୍ଜନା ଗଦା ହୋଇ ରହୁଥିବା ଯୋଗୁଁ ସୌନ୍ଦର୍ଯ୍ୟ ମଧ୍ୟ ହାନି ହେଉଛି।

ଗୋଟିଏ ପଟେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ବାହ୍ୟ ମଳମୁକ୍ତ ପାଇଁ ପଦ‌େ‌କ୍ଷପ ନିଆଯାଉଛି। ବୈଠକ ସହିତ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ଦୀପ ତଳ ଅନ୍ଧାର ଭଳି ବିଏମ୍‌ସି କାର୍ଯ୍ୟାଳୟରୁ ମାତ୍ର ୨୦୦ ମିଟରେ ଦୂରରେ ଥିବା ସଂସ୍କୃତି ଭବନ ମୁଖ୍ୟ ଫାଟକ ଉପରେ ଦୃ‌ଷ୍ଟି ପଡୁନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଠାରେ ଏକ ଶୌଚାଳୟ ରହିଛି। ଉଭୟ ମହିଳା ଏବଂ ପୁରୁଷଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ହେଲେ ଏଠାରେ ବସବାସ କରୁଥିବା କିଛି ଲୋକ ଏହି ‌େ‌ଶୗଚାଳୟକୁ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି। ଅବଶ୍ୟ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମଝିରେ ମଝିରେ ସଫେଇ କରାଯାଉଛି କିନ୍ତୁ ତାହା ଯଥେଷ୍ଟ ନୁହେଁ। ଏହାସହିତ ରାସ୍ତାକଡ଼ରେ ଆବର୍ଜନା ଗଦା ହୋଇ ରହୁଥିବା ଯୋଗୁଁ ଯାତାୟାତ କରିବାରେ ଅସୁବିଧା ହେବା ସହିତ ଦୁର୍ଗନ୍ଧ ହେଉଛି। ଏହି ରାସ୍ତା ଦେଇ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ କର୍ମଚାରୀ ଯାଉଥିବାବେଳେ ନାକ ଟେକୁଛନ୍ତି। ନିକଟରେ ସଂସ୍କୃତି ଭବନ ରହିଥିଲେ ହେଁ ଏହି ଅବ୍ୟବସ୍ଥା ନେଇ ଦିନେ ହେଲେ ପ୍ରତିବାଦ ହୋଇନାହିଁ। ଯେହେତୁ ମୁଖ୍ୟ ଫାଟକ ବନ୍ଦ ରହିଛି ସେଥିପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେଇନଥିବା ଜଣାପଡ଼ିଛି।

- Advertisement -

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି,ଏ ବିଷୟରେ ତଦାରଖ କରାଯିବା ସହିତ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories