www.samajalive.in
Thursday, December 11, 2025
15.1 C
Bhubaneswar

ସ୍ୱଦେଶୀ ସ୍ମାର୍ଟ ବ୍ୟାଣ୍ଡ

ଦେଶକୁ ଆତ୍ମନିର୍ଭରଶୀଳ କରାଇବା ଲାଗି ସରକାରଙ୍କ ଆହ୍ୱାନ ମଧ୍ୟରେ ନାଗରିକଙ୍କଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀ କାର୍ଯ୍ୟରେ ଲାଗିପଡିଛନ୍ତି। ଜୀବନଶୈଳୀ ସଂକ୍ରାନ୍ତ ଗେଜେଟ୍‍ଗୁଡିକ ଯୁବପିଢିଙ୍କର ବିଶେଷ ପସନ୍ଦ ହେଉଥିବା ବେଳେ ଚୀନା କମ୍ପାନୀ ଏହି ବଜାରକୁ ଅକ୍ତିଆର କରି ବସିଛି। ଏବେ ଭାରତର ଏକ କମ୍ପାନୀ ବୋଟ୍‍ ସ୍ୱଦେଶୀ ସ୍ମାର୍ଟବ୍ୟାଣ୍ଡ୍‍ ପ୍ରସ୍ତୁତ କରିଛି।

- Advertisement -

ପ୍ରୋଗିୟର ବି-୨୦ ନାମକ ଏହି ସ୍ମାର୍ଟବ୍ୟାଣ୍ଡରେ ଧାର୍ଯ୍ୟ ସମୟରେ ହୃତ୍‍ସ୍ପନ୍ଦନ ପରଖିବା, ମଣିଷର ଶାରୀରିକ ସକ୍ରିୟତା ଅନୁଧ୍ୟାନ କରିବା ସହ ବିଭିନ୍ନ ପ୍ରକାର ସୂଚନା ଦେବା ଆଦି ଏକାଧିକ ବ୍ୟବସ୍ଥା ରହିଛି। ପାଣି ଲାଗିଲେ କି ବର୍ଷା ପଡିଲେ ବି ଏହାର କୌଣସି କ୍ଷତି ହୋଇନଥାଏ। ଥରେ ଚାର୍ଜ କରିବା ପରେ ଏହାକୁ ୧୦ଦିନ ବ୍ୟବହାର କରିହେବ। ଏଥିରେ ଥିବା ୯୦ ଏମ୍‍ଏଏଚ୍‍ ବ୍ୟାଟେରି ୟୁଏସ୍‍ବି ପୋର୍ଟରେ ଲଗାଇ ଚାର୍ଜ କରାଯାଇପାରେ। ସ୍ମାର୍ଟଫୋନ୍‍ ସହ ସଂଯୁକ୍ତ ହେବା ପରେ ଏଥିରେ ଫୋନ୍‍ କଲ୍‍ କିମ୍ବା ମେସେଜ୍‍ ଆସିବାର ସୂଚନା ବି ପାଇହେବ। ଏହା ସ୍ମାର୍ଟଫୋନ୍‍ର ମ୍ୟୁଜିକ ଏବଂ କ୍ୟାମେରାକୁ ମଧ୍ୟ ନିୟନ୍ତ୍ରଣ କରିପାରିବ। ଫୋନ୍‍ କେଉଁଠି ରଖିଦେଇ ପାଉ ନଥିଲେ, ଏହି ସ୍ମାର୍ଟବ୍ୟାଣ୍ଡରେ ଖୋଜିବାର ସୁବିଧା ରହିଛି। ଏହାର ମୂଲ୍ୟ ପ୍ରାୟ ୧୮୦୦ ଟଙ୍କା ରଖାଯାଇଛି। ଧୂସର, କଳା ଏବଂ ନୀଳ ରଙ୍ଗରେ ଏହି ବ୍ୟାଣ୍ଡ୍‍ ଅନ୍‍ଲାଇନରେ ମଧ୍ୟ କିଣିବା ପାଇଁ ଉପଲବ୍ଧ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories