ପିପିଲି: ପିପିଲି ଥାନା କରିମୂଳ ଗାଁ ନିକଟ ସଫେଇନାଳରୁ ଏକ ନରକଙ୍କାଳ ଜବତ ହୋଇଛି । କରିମୂଳ ଗାଁ ସ୍ଥିତ ଏକ ଫାର୍ମହାଉସ ନିକଟ ଦେଇ ଯାଇଥିବା ସଫେଇନାଳରେ ମଣିଷର ଖପୁରୀ ସହ ଏକ କଙ୍କାଳ ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ । ଗ୍ରାମରକ୍ଷୀ ନୃସିଂହ ମଲିକଙ୍କ ରିପୋର୍ଟ ଉପରେ ପିପିଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଥାନା ଆରକ୍ଷୀ ନିରୀକ୍ଷକ ଅଭିମନ୍ୟୁ ନାୟକ ନିଜେ ତଦନ୍ତଭାର ନେବା ସହ ଶନିବାର ଘଟଣାସ୍ଥଳରୁ ନରକଙ୍କାଳର ଖପୁରୀ, ହାଡ ଆଦି ଖଣ୍ଡ ବିଖଣ୍ଡିତ ଅଂଶ ଗୁଡିକୁ ଜବତ କରି ପଞ୍ଚାନାମା କରିବା ପରେ ପରୀକ୍ଷା ପାଇଁ କଟକ ବଡ ଡାକ୍ତରଖାନାର ଫରେନ୍ସିକ ବିଭାଗକୁ ପଠାଇଥିବା ସୂଚନା ମିଳିଛି।
Popular Categories



