www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନ: ଖରାପ ହେଲା କେବୁଲ କାର୍‌, ହଜାର ଫୁଟ୍ ଉପରେ ଝୁଲୁଛି ୮ ଜୀବନ

ଖୈବର ପଖ୍‌ତୁନଖ୍ବା: ପାକିସ୍ତାନର ଖୈବର ପଖ୍‌ତୁନଖ୍ବାରେ ଏକ କେବୁଲ କାରରେ ହଠାତ୍ ତ୍ରୁଟି ଦେଖାଦେଇଛି। ଫଳରେ ଏହି କେବୁଲ କାର୍‌ରେ ବସିଥିବା ୬ ଜଣ ଶିଶୁଙ୍କ ସମେତ ମୋଟ୍‌ ୮ଜଣ ୧୦୦୦ ଫୁଟ୍‌ରୁ ଊର୍ଦ୍ଧ୍ବ ଉଚ୍ଚରେ ଫସି ରହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ମୁତାବକ, ପିଲାମାନେ ସ୍କୁଲ ଯାଉଥିଲେ, ଏହି ସମୟରେ ଗୋଟିଏ କେବୁଲ ଛିଡ଼ି ଯାଇଥିଲା। ଫଳରେ ତାହା ଭୂମିଠାରୁ ପ୍ରାୟ ୧୨୦୦ ଫୁଟ୍‌ ଉପରେ ଓହଳି ରହିଛି। ସେନା ହେଲିକପ୍ଟର କାର୍‌ ପର୍ଯ୍ୟନ୍ତ ପହଞ୍ଚି ସାରିଛି କିନ୍ତୁ ଉଦ୍ଧାର କାର୍ଯ୍ୟର ସ୍ଥିତି ସ୍ପଷ୍ଟ ହୋଇନାହିଁ।

ପାକିସ୍ତାନର ଉଦ୍ଧାର ସେବା ୧୧୨୨ କର୍ମଚାରୀ କେବୁଲ କାରରେ ଫସି ରହିଥିବା ପିଲାମାନଙ୍କୁ ଉଦ୍ଧାର କରିବାକୁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ଜଣେ ଅଧିକାରୀ କହିଛନ୍ତି ଯେ, କେବୁଲ କାର୍ ଏପରି ଏକ ସ୍ଥାନରେ ଅଟକି ରହିଛି ଯେଉଁଠାରେ ହେଲିକପ୍ଟର ବିନା ସାହାଯ୍ୟ କରିବା ପ୍ରାୟ ଅସମ୍ଭବ। ଏହି କେବୁଲଟି ପାହାଡ ଘେରରେ ରହିଥିବା ଏକ ଗଭୀର ଖାଇ ମଧ୍ୟରେ ଓହଳି ରହିଛି। ଏଠାରେ ଦୂର ଗ୍ରାମ ଏବଂ ସହରର ଲୋକମାନେ ପ୍ରାୟତଃ କେବୁଲ୍ କାରରେ ଯାତାୟତ କରନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories