www.samajalive.in
Saturday, December 6, 2025
19.1 C
Bhubaneswar

ଗୋଟିଏ ଓଭରରେ ଜାଜାଇଙ୍କ ୬ଟି ଛକା

ସାରଜା : ଏଠାରେ ଚାଲିଥିବା ଆଫ୍‍ଗାନିସ୍ତାନ ପ୍ରିମିୟର ଲିଗ୍‍ ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଓଭରରେ ୬ଟି ଛକା ଦେଖିବାକୁ ମିଳିଛି। ଏହି କରିତ୍‍କର୍ମା ବ୍ୟାଟ୍‍ସମ୍ୟାନ୍‍ ହେଉଛନ୍ତି ହଜ୍ରତୁଲ୍ଲା ଜାଜାଇ। କାବୁଲ ଜ୍ୱାନାନ୍‍ ଦଳ ପାଇଁ ଖେଳୁଥିବା ବଲ୍‍ଖ ଲେଜେଣ୍ଡ୍‍ସ ଦଳ ବିପକ୍ଷରେ ଜାଜାଇ ରବିବାର ଏକ ଓଭରରେ ୬ଟିଯାକ ବଲ୍‍ରେ ଛକା ମାରିଛନ୍ତି। ତାଙ୍କୁ ବୋଲିଂ କରିଥିଲେ ବାମହାତି ସ୍ପିନର ଅବ୍‍ଦୁଲ୍ଲା ମଜାର। ତାଙ୍କ ଓଭରରେ ଏକ ୱାଇଡ୍‍ ଥିବା ବେଳେ ୬ଟି ଛକାକୁ ମିଶାଇ ମଜାର ଏହି ଓଭରରେ ୩୭ ରନ୍‍ ଦେଇଥିଲେ। ଏହି ମ୍ୟାଚ୍‍ରେ ମାତ୍ର ୧୨ଟି ବଲ୍‍ରୁ ଅର୍ଦ୍ଧଶତକ ପୂରଣ କରିଥିବା ଜାଜାଇ ୧୭ ବଲ୍‍ରୁ ୬୨ ରନ୍‍କରି ଆଉଟ ହୋଇଥିଲେ। ଟ୍ୱେଣ୍ଟି୨୦ କ୍ରିକେଟରେ କ୍ରିସ୍‍ ଗେଲ୍‍ ଓ ଯୁବରାଜ ସିଂହ ମଧ୍ୟ ୧୨ଟି ବଲ୍‍ରୁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଜାଜାଇ ସେମାନଙ୍କ ସହ ସମକକ୍ଷ ହୋଇଛନ୍ତି। କ୍ରିସ୍‍ ଗେଲ୍‍ଙ୍କ ବିସ୍ଫୋରକ ୮୦ ବଳରେ ବଲ୍‍ଖ ଲେଜେଣ୍ଡ୍‍ସ ୨୪୪ ରନ୍‍ କରିଥିଲା। ପରେ ଜାଜାଇଙ୍କ ୬୨ ରନ୍‍ ସତ୍ତ୍ବେ କାବୁଲ ଜ୍ୱାନାନ୍‍ ୭ ୱିକେଟରେ ୨୨୩ ରନ୍‍କରି ୨୧ ରନ୍‍ରେ ପରାସ୍ତ ହୋଇଥିଲା। ଗୋଟିଏ ଓଭରରେ ୬ଟି ଛକାମାରି ହଜ୍ରତୁଲ୍ଲା ଜାଜାଇ ଅନ୍ୟ ୭ ଜଣ ନାମୀ କ୍ରିକେଟରଙ୍କ ସମକକ୍ଷ ହୋଇ ପାରିଛନ୍ତି। ଏହି ୭ କ୍ରିକେଟର ହେଲେ ଗ୍ୟାର୍‍ଫିଲ୍‍ଡ ସୋବର୍ସ, ରବି ଶାସ୍ତ୍ରୀ, ହର୍ସେଲ ଗିବ୍‍ସ, ଯୁବରାଜ ସିଂହ, ଆଲେକ୍ସ ହେଲ୍‍ସ, ରବୀନ୍ଦ୍ର ଜାଡ଼େଜା ଓ ମିସ୍‍ବା ଉଲ୍‍ ହକ୍‍। ଜାଜାଇ ଆଫ୍‍ଗାନିସ୍ତାନ ପାଇଁ ୨ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories