www.samajalive.in
Monday, December 8, 2025
27.1 C
Bhubaneswar

ଦଶହରା ପାଇଁ ପୁଲିସର ପ୍ରସ୍ତୁତି ବୈଠକ

କଟକ : ଦଶହରା ନିମନ୍ତେ କମିସନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ରବିବାର ଇନ୍‍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଡିସିପି ଅଖିଳେଶ୍ୱର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୁଲିସ କମିସନର ସତ୍ୟଜିତ୍‍ ମହାନ୍ତି ଯୋଗଦେଇ ପୂଜାକୁ ଶାନ୍ତିଶୃଙ୍ଖଳାରେ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ୬୩ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ରହିବେ। ଏଥିସହ ସୁରକ୍ଷା ଦୃଷ୍ଟି କୋଣରୁ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ପୂଜାପଣ୍ଡପରୁ ୧ହଜାରରୁ ଊର୍ଦ୍ଧ୍ବ ସ୍ୱେଚ୍ଛାସେବୀ ପୂଜା ମଣ୍ଡପ ଓ ଭସାଣ ସମୟରେ ପୁଲିସକୁ ସହଯୋଗ କରିବେ ବୋଲି ପୁଲିସ କମିସନର ମହାନ୍ତି କହିଛନ୍ତି।
ସୋମବାର ଷଷ୍ଠୀପୂଜା ଆରମ୍ଭ ହେଉଥିବାରୁ ସହରରେ ଫୋର୍ସ ମୁତୟନ କରାଯିବ। ସହରରେ ସୁରକ୍ଷା ବ୍ୟବସ୍ଥକୁ ୪ସ୍ତରରେ ବିଭକ୍ତ କରାଯାଇଛି। ପୂଜାମଣ୍ଡପର ସୁରକ୍ଷା, ବିସର୍ଜନ ସମୟରେ ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଓ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁନା ଓ ଚାନ୍ଦିମେଢ ନିକଟରେ ସଶସ୍ତ୍ର ବାହିନୀ ଜଗି ରହିବା ସହ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୂଜାମଣ୍ଡପ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ପରାମର୍ଶ ଦେଇଛି। ସୁରକ୍ଷା ଲାଗି ପୂଜା ଓ ଭସାଣ ସମୟରେ ମୋଟ ୬୩ ପ୍ଲାଟୁନ୍‍ ଫୋର୍ସ ମୁତୟନ ରହିବେ। ଏଥିରେ ଓଏସ୍‍ଏପି, ଏସଓଜି, ଓଡ୍ରାଫ, କ୍ୟୁଆରଟି, ଏସଟିଏଫ କେନ୍ଦ୍ରୀୟ ବାହିନୀର ୨କମ୍ପାନୀ ଲେଖାଏଁ ଫୋର୍ସ ରହିଛନ୍ତି। ଏଥିସହ ୪ ଅତିରିକ୍ତ ଡିସିପି, ଡିଏସପି ଓ ଏସିପି ର‍୍ୟାଙ୍କର ୩୮ ଓ ଇନସ୍‍ପେକ୍ଟର ଓ ସୁବେଦାର ର‍୍ୟାଙ୍କର ୫୮ ,ଏସଆଇ ଓ ଏଏସଆଇ ର‍୍ୟାଙ୍କର ୩୭୬ଜଣ ଅଫିସର, ୭୦୦ ହୋମଗାର୍ଡ, ୫୧୪ କନ୍‍ଷ୍ଟେବଳ ନିୟୋଜିତ ରହିବେ। ବିଭିନ୍ନ ପୂଜାପଣ୍ଡପ ପକ୍ଷରୁ ୧ହଜାରରୁ ଊର୍ଦ୍ଧ୍ବ ସ୍ୱେଚ୍ଛାସେବୀ ଶାନ୍ତି ଶୃଙ୍ଖଳା ରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବେ। ପୁଲିସ ପାଟ୍ରୋଲିଂକୁ କଡାକଡି କରାଯିବା ସହ ଅପରାଧୀଙ୍କ ଉପରେ କଡା ନଜର ରଖାଯିବା ଉପରେ କଟକ ଡିସିପି ଶ୍ରୀ ସିଂହ ଗୁରୁତ୍ୱାରୋପ କରିଛନ୍ତି। ସହରର ୫୦ରୁ ଊର୍ଦ୍ଧ୍ବ ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ସହ ଅତ୍ୟାଧୁନିକ ଶୈଳୀରେ ମନିଟରିଂ କରାଯିବାର ବ୍ୟବସ୍ଥା ହୋଇଛି। ଏହି ବୈଠକରେ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories