ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ଶେଷ ସପ୍ତାହରେ ଚୀନ ଗସ୍ତ କରିବେ ବୋଲି ଜଣାପଡିଛି। ଗତବର୍ଷ ଜୁନରେ ସିକିମ ସଂଲଗ୍ନ ଡୋକଲାମ୍ଠାରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପ୍ରାୟ ତିନି ମାସ ଧରି ବଳବତ୍ତର ରହିଥିଲା। କୂଟନୈତିକସ୍ତରରେ ଏହି ସମସ୍ୟାର ସମାଧାନ ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସୀମାରେ ଚୀନ ପକ୍ଷରୁ ସାମରିକ ପ୍ରସ୍ତୁତିକୁ ନେଇ ପୁଣି ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସୀତାରମଣଙ୍କ ଚୀନ ଗସ୍ତକୁ ପ୍ରତିରକ୍ଷା ବିଶେଷଜ୍ଞମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି।
Popular Categories



