www.samajalive.in
Sunday, December 14, 2025
23.1 C
Bhubaneswar

ଗୋଆରେ ରାଷ୍ଟ୍ରପତି ଶାସନ ଦାବି କଲା ଶିବସେନା

ପାଣାଜୀ : ଗୋଆରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଶିବସେନା ପକ୍ଷରୁ ଦାବି କରାଯାଇଛି। ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ସଂପ୍ରତି ଚିକିତ୍ସା ପାଇଁ ଆମେରିକା ଯାଇଥିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜରୁରୀ ହୋଇପଡିଛି ବୋଲି ଗୋଆ ଶିବସେନା ଶାଖା ମୁଖପାତ୍ର ରାଖି ପ୍ରଭୁଦେଶାଇ ନାଏକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଗୋଆ ସରକାର ଅକ୍ଷମ ହୋଇପଡିଛନ୍ତି ବୋଲି ଅଭିଯୋଗ ହୋଇଛି।

ଗୋଆରେ ବର୍ତ୍ତମାନ ଖଣି ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା କରିବାକୁ ସରକାର ମୁରବିବିହୀନ ହୋଇପଡିଛନ୍ତି। ଗୋଆରେ ଥିବା ୮୮ଟି ଲୁହାଖଣିର ଲିଜ୍‌ ନବୀକରଣକୁ ସୁପ୍ରିମକୋର୍ଟ ଗତ ଫେବୃଆରୀରେ ଖାରଜ କରିଦେଇଛନ୍ତି। ଲିଜ୍‌ ନବୀକରଣ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ସବୁଜ ସଙ୍କେତ ନ ମିଳିବା ପର୍ଯ୍ୟନ୍ତ ରାଜ୍ୟରେ ଥିବା ଏହି ଖଣିଗୁଡିକରୁ ମାର୍ଚ୍ଚ ୧୬ ପରେ ଲୁହାପଥର ଉତ୍ତୋଳନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି।

- Advertisement -

ଆମେରିକା ଯିବାପୂର୍ବରୁ ପ୍ରଶାସନିକ କାର୍ଯ୍ୟ ତଦାରଖ କରିବାକୁ ପରିକର ଏକ ତିନିଜଣିଆ କମିଟି ଗଠନ କରିଛନ୍ତି। ତେବେ ଏହି କମିଟି ଇତିମଧ୍ୟରେ ଥରେ ହେଲେ ବୈଠକରେ ମିଳିତ ହୋଇନଥିବା ଜଣାପଡିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories