ସିବିଏସ୍ଇ ଟପରରୁ ବାମପନ୍ଥୀ ନେତା – ସୀତାରାମ ୟେଚୁରୀ
ଡେସ୍କ: ସିପିଆଇ(ଏମ)ର ଯାତ୍ରାର ଶେଷ ଦୁଇ ଦଶନ୍ଧି ପ୍ରୟୋଗବାଦ ବନାମ କଠୋରବାଦର ଏକ ସୁକ୍ଷ୍ମ ପ୍ରତିଫଳନକୁ ଦର୍ଶାଏ। ସେହି ଦୁଇ ଦଶନ୍ଧିର ଜଣେ ବାମପନ୍ଥୀ ମହାନାୟକ ଥିଲେ ନମ୍ର, ମୃଦୁଭାଷୀ ଏବଂ ଲୋକପ୍ରିୟ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ। ଚିକିତ୍ସାଧୀନ ଅବସ୍ଥାରେ ୭୨ ବର୍ଷ ବୟସରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି। ଏବେ ତାଙ୍କ ପରିବାରରେ ଅଛନ୍ତି ପତ୍ନୀ ତଥା ଦ ୱାୟାରର ସମ୍ପାଦିକା ସୀମା ଚିସ୍ତି, ଝିଅ ଅଖିଲା ଏବଂ ପୁଅ ଦାନିଶ।
ଜଣେ ମାର୍କ୍ସବାଦୀ ତତ୍ତ୍ୱବିତ୍ ୟେଚୁରୀ କମ୍ୟୁନିଷ୍ଟ ବିଚାରଧାରାରେ ବିଶ୍ୱାସୀ ଥିଲେ, କିନ୍ତୁ ଗଣତାନ୍ତ୍ରିକ ଏବଂ ବ୍ୟବହାରିକ ରାଜନୀତିର ଆବଶ୍ୟକତା ପାଇଁ ଏହାର କଠୋର ସୀମାର ସୀମିତତାକୁ ପରୀକ୍ଷା କରିବାକୁ ବିରଳ ଇଚ୍ଛା ପ୍ରଦର୍ଶନ କରିଥିଲେ ଯାହା ସାଧାରଣ ଭାବେ ବହୁତ କମ ରାଜନେତାଙ୍କ କ୍ଷେତ୍ରରେ ଦେଖାଯାଏ।
ତେବେ ୟେଚୁରୀଙ୍କ ରାଜନୈତିକ ଜୀବନ ଗତ ଦୁଇ ଦଶନ୍ଧି ମଧ୍ୟରେ ସୀମିତ ରହିନାହିଁ। ତାଙ୍କୁ କେବଳ ଜଣେ ବାସ୍ତବବାଦୀ କମ୍ୟୁନିଷ୍ଟ ନେତା ଭାବରେ ପରିଚିତ ଦେବା ମଧ୍ୟ ଯଥେଷ୍ଟ ନୁହେଁ। ସିପିଆଇ(ଏମ୍)ର ସାଧାରଣ ସମ୍ପାଦକର ଭୂମିକା ଠାରୁ ଅଧିକ ଥିଲା ୟେଚୁରୀଙ୍କ ରାଜନୈତିକ ଯାତ୍ରା। ୧୯୭୦ ଦଶକରେ ଦଳର ଜଣେ ଉଜ୍ଜ୍ୱଳ ଯୁବ ପ୍ରତିଭା ଭାବରେ ଉଭା ହେବା ପରଠାରୁ ଶେଷ ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ, ସେ ବାମପନ୍ଥୀ ଦଳର ଆଗଧାଡ଼ିର ନେତୃତ୍ୱ ନେଇଥିଲେ।
୧୯୭୦ ଦଶକରେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଲଢୁଥିବା ଜଣେ ଫାୟାରବ୍ରାଣ୍ଡ ଛାତ୍ର ନେତା ଭାବରେ ସେ ବିଶ୍ୱବିଦ୍ୟାଳୟ ଛାତ୍ର ଥିବା ବେଳେ ସିପିଆଇ(ଏମ)ରେ ଯୋଗ ଦେଇଥିଲେ ଏବଂ ଯେତେବେଳେ ତାଙ୍କୁ କେନ୍ଦ୍ରୀୟ କମିଟି ସଦସ୍ୟ କରାଯାଇଥିଲା ସେତେବେଳେ ତାଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା। କଂଗ୍ରେସ ବିରୋଧୀ ଭାବେ ଦଳର ଅନ୍ୟତମ ପ୍ରମୁଖ ଚେହେରା ୟେଚୁରୀ ୧୯୯୦ ଦଶକର ମଧ୍ୟଭାଗରୁ ଆରମ୍ଭ କରି କଂଗ୍ରେସକୁ ଦୂରେଇ ରଖିବା ପାଇଁ ଜାତୀୟ ରାଜନୀତିରେ ମେଣ୍ଟ ଗଠନ ପ୍ରୟାସରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ତେବେ ୧୯୯୬ ମସିହାରେ ଜ୍ୟୋତି ବସୁଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବଞ୍ଚିତ କରିବା ପାଇଁ ସେ ପ୍ରକାଶ କରାତଙ୍କ ସହ ବିରୋଧ କରିଥିଲେ – ଏହି ନିଷ୍ପତ୍ତିକୁ ପରେ ବସୁ ନିଜେ ଏକ ଐତିହାସିକ ଭୁଲ ବୋଲି ଖୋଲାଖୋଲି ଭାବେ କହିଥିଲେ।
ରାଜନୀତି କଳାରେ ଦକ୍ଷତାର ସହିତ ଦୃଢ଼ ଆଦର୍ଶଗତ ଭିତ୍ତିଭୂମିକୁ ଏକତ୍ର କରି ପାରିଥିବା ୟେଚୁରୀ ଦିଲ୍ଲୀରେ ସିପିଆଇ(ଏମ୍)ର ପ୍ରମୁଖ ନେତା ପାଲଟି ଯାଇଥିଲେ, ସେ ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ ନିଜର ରାଜନୈତିକ ଦକ୍ଷତା ପ୍ରଦର୍ଶନ କରିଥିଲେ।
ସ୍ପଷ୍ଟବାଦୀ ୟେଚୁରୀଙ୍କ ବିରଳ ବ୍ୟକ୍ତିତ୍ୱ ଏଭଳି ଥିଲା ଯାହାଙ୍କ ସହ ବିଜେପି ନେତାମାନେ ମଧ୍ୟ କଥା ହୋଇପାରୁଥିଲେ। ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟେଚୁରୀ ଏକ ସର୍ବଦଳୀୟ ବୈଠକରେ ଏକାଠି ହସୁଥିବାର ଏକ ଫଟୋ ଭାଇରାଲ ହୋଇଥିଲା।
କିନ୍ତୁ ଏହା ୟେଚୁରୀଙ୍କୁ ୨୦୦୯ରେ ଆରମ୍ଭ ହୋଇଥିବା ଦଳର ନିର୍ବାଚନୀ ପତନକୁ ରୋକିବାରେ ସାହାଯ୍ୟ କରିନଥିଲା। ଅର୍ଦ୍ଧଶତାବ୍ଦୀ ପୂର୍ବରୁ ସେ ଯେଉଁ ଦଳରେ ଯୋଗ ଦେଇଥିଲେ, ତାହାର ଲୋକସଭାରେ ୪ଟି ଆସନ ରହିଛି, ଯାହାର ଭୋଟ୍ ପ୍ରତିଶତ ୧.୭୬% ରହିଛି।
ଏକ ବ୍ରାହ୍ମଣ ପରିବାରରେ ପୂର୍ବର ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିବା ୟେଚୁରୀ ହାଇଦ୍ରାବାଦରେ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ କିନ୍ତୁ ଅଲଗା ତେଲେଙ୍ଗାନା ଆନ୍ଦୋଳନ ଯୋଗୁଁ ଶିକ୍ଷାଗତ ଜୀବନ ବାଧାପ୍ରାପ୍ତ ହେବା ପରେ ୧୯୬୯ରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ଅର୍ଥନୀତିରେ ସ୍ନାତକ ହାସଲ କରିବା ପରେ ସେ ଜେଏନୟୁରେ ସ୍ନାତକୋତ୍ତର ପାଇଁ ଯୋଗ ଦେଇଥିଲେ।
ୟେଚୁରୀ ୧୯୭୪ ମସିହାରେ ଜେଏନୟୁରେ ଥିବା ବେଳେ ଷ୍ଟୁଡେଣ୍ଟସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ)ର କର୍ମକର୍ତ୍ତା ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବର୍ଷକ ପରେ ସେ ସିପିଆଇ(ଏମ୍)ରେ ଯୋଗ ଦେଇଥିଲେ ଏବଂ ଖୁବ୍ ଶୀଘ୍ର ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ବିରୋଧରେ “ପ୍ରତିରୋଧ” ସଂଗଠିତ କରିବାରେ ସମ୍ପୃକ୍ତ ଥିଲେ, ଯାହାର ଏକ ଅଂଶ ଭାବରେ ତାଙ୍କୁ ଲୁଚି ରହିବାକୁ ପଡିଥିଲା ଏବଂ ଗିରଫ ମଧ୍ୟ ହୋଇଥିଲେ।
୧୯୭୭ ମସିହାରେ ଜେଏନୟୁ ଛାତ୍ରଙ୍କ ଏକ ପଦଯାତ୍ରାର ନେତୃତ୍ୱ ନେବା ପରେ ଇନ୍ଦିରା ଗାନ୍ଧୀଙ୍କ ପାଖରେ ଠିଆ ହୋଇ ୟେଚୁରୀ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଏକ ଲମ୍ବା ତାଲିକା ପଢ଼ିବା ଏବଂ ଜେଏନୟୁର କୁଳପତି ପଦରୁ ଇସ୍ତଫା ଦାବି କରିଥିଲେ। ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ଲୋକସଭା ନିର୍ବାଚନରେ ପରାଜୟ ପରେ ଗାନ୍ଧି ଏହି ପଦରେ ରହିଥିଲେ।
ଜରୁରୀକାଳୀନ ପରିସ୍ଥିତି ପରେ ସେ ୧୯୭୭ରୁ ୧୯୭୮ ମଧ୍ୟରେ ତିନିଥର ଜେଏନ୍ୟୁ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୮୪ ମସିହାରେ ତାଙ୍କୁ ଜେଏନ୍ୟୁ ସାଥୀ ପ୍ରକାଶ କରାତଙ୍କ ସହ କେନ୍ଦ୍ରୀୟ କମିଟିରେ ସାମିଲ କରାଯାଇଥିଲା। ୧୯୯୨ ମସିହାରେ ସେ ସିପିଆଇ(ଏମ୍) ପଲିଟ୍ ବୁରୋର ସଦସ୍ୟ ହୋଇଥିଲେ।
ଥରେ କେନ୍ଦ୍ରୀୟ କମିଟିରେ ସେ ତତ୍କାଳୀନ ସାଧାରଣ ସମ୍ପାଦକ ଥିବା କିମ୍ବଦନ୍ତୀ ଇଏମ୍ ଏସ୍ ନମ୍ବୁଦ୍ରିପଦ ଏବଂ ଏମ୍ ବାସବପୁନୈୟାଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ହରକିଶନ ସିଂହ ସୁରଜିତଙ୍କ ଅଧୀନସ୍ଥ ହୋଇଥିଲେ।
ସେମାନେ ତିନି ଜଣ ୟେଚୁରୀଙ୍କ ଠାରେ ସମ୍ଭାବନା ଦେଖିଥିଲେ ଏବଂ ଭବିଷ୍ୟତରେ ନେତୃତ୍ୱ ଭୂମିକା ପାଇଁ ତାଙ୍କୁ ଏବଂ କରାତଙ୍କୁ ମଧ୍ୟ ପ୍ରସ୍ତୁତ କରିଥିଲେ। ୧୯୯୨ ମସିହାରେ ସୋଭିଏତ ସଂଘର ପତନ ପରେ ଅନୁଷ୍ଠିତ ସିପିଆଇ(ଏମ୍)ର ଦଳୀୟ କଂଗ୍ରେସରେ ୟେଚୁରୀ ଏକ ସଂକଳ୍ପ ଉପସ୍ଥାପନ କରି କହିଥିଲେ ଯେ ସୋଭିଏତ ୟୁନିୟନ ଏବଂ ପୂର୍ବ ୟୁରୋପର ସମାଜବାଦୀ ଦେଶଗୁଡ଼ିକର ପତନ ମାର୍କ୍ସବାଦ-ଲେନିନବାଦ କିମ୍ବା ସମାଜବାଦର ଆଦର୍ଶକୁ ପ୍ରତ୍ୟାଖ୍ୟାନ କରିନାହିଁ ଏବଂ ମାନବ ଜୀବନ ଓ ସଭ୍ୟତାର ଗୁଣବତ୍ତା ବୃଦ୍ଧିରେ ସମାଜବାଦ ନିର୍ଣ୍ଣାୟକ ଅବଦାନ ଦେଇଛି ବୋଲି ଏହି ସତ୍ୟକୁ ଲୋପ କରିପାରିବ ନାହିଁ।
୧୯୯୦ ଦଶକର ମଧ୍ୟଭାଗରେ ୟେଚୁରୀଙ୍କ କୌଶଳ ସାମ୍ନାକୁ ଆସିଥିଲା ଯେତେବେଳେ ସେ ସୁରଜିତଙ୍କ ସହ ମିଶି ୧୯୯୬ରେ ଜନତା ଦଳର ଏଚ୍ ଡି ଦେବେଗୌଡ଼ାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପରଦା ପଛରେ କାମ କରିଥିଲେ। ସେତେବେଳେ ତାମିଲ ମାନିଲା କଂଗ୍ରେସରେ ଥିବା ପି ଚିଦାମ୍ବରମଙ୍କ ସହ ୟେଚୁରୀ ୟୁନାଇଟେଡ ଫ୍ରଣ୍ଟ ସରକାରଙ୍କ ପାଇଁ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପଛରେ ମୁଖ୍ୟ ନାୟକ ଥିଲେ।
ଦେବେଗୌଡ଼ାଙ୍କ ସରକାର ଭାଙ୍ଗିବା ପରେ ୟେଚୁରୀ ଆଇକେ ଗୁଜରାଲଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିବାରେ ସାହାଯ୍ୟ କରିଥିଲେ।
ସିପିଆଇ(ଏମ୍)ର ଭୂମିକା ବିଷୟରେ ନିଶ୍ଚିତ ମନେ ରହିବା ଭଳି ଘଟଣା ହେଉଛି ଦଳର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ସର୍ବସମ୍ମତ ପ୍ରଧାନମନ୍ତ୍ରୀ କରିବା ପ୍ରସ୍ତାବକୁ ହଟାଇ ଦେବା ପ୍ରସଙ୍ଗ। ଏହାକୁ ବିରୋଧ କରିଥିବା ଯୁବ ନେତାଙ୍କ ମଧ୍ୟରେ ୟେଚୁରୀ ଏବଂ କରାତ ମଧ୍ୟ ସାମିଲ ଥିଲେ ଏବଂ ଶେଷରେ କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେଇଥିଲା ଯେ ସିପିଆଇ(ଏମ୍) ସରକାରରେ ଯୋଗ ଦେବା କିମ୍ବା ନେତୃତ୍ୱ ନେବା ଉଚିତ ନୁହେଁ। ପରେ ୟେଚୁରୀ, ବାସୁ ଏବଂ ସୁରଜିତଙ୍କ ସହ କର୍ଣ୍ଣାଟକ ଭବନକୁ ଯାଇ ସିପିଆଇ(ଏମ୍)ର ନିଷ୍ପତ୍ତି ବିଷୟରେ ୟୁନାଇଟେଡ୍ ଫ୍ରଣ୍ଟନେତାମାନଙ୍କୁ ଅବଗତ କରାଇଥିଲେ।
୨୦୦୪ମସିହାରେ ଏହି ଅନୁଭୂତି କାମରେ ଆସିଲା, ଯେତେବେଳେ ବାମପନ୍ଥୀ ଗୋଷ୍ଠୀ କିଛି ମାତ୍ରାରେ ସମାନ ସ୍ଥିତିରେ ପଡ଼ିଥିଲେ ଏବଂ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ ସରକାରକୁ ପୁଣି ଥରେ ସର୍ବନିମ୍ନ କାର୍ଯ୍ୟକ୍ରମ ଆଧାରରେ ବାହ୍ୟ ସମର୍ଥନ ପ୍ରଦାନ କରିଥିଲେ।
ପରବର୍ତ୍ତୀ ବର୍ଷଗୁଡ଼ିକରେ ୟେଚୁରୀ ସିପିଆଇ(ଏମ୍) ଏବଂ କଂଗ୍ରେସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ସବୁଠାରୁ ଶକ୍ତିଶାଳୀ ପ୍ରବକ୍ତା ଭାବେ ଉଭା ହୋଇଥିଲେ। ୨୦୦୪ରେ ସିପିଆଇ(ଏମ୍) ନେତୃତ୍ୱାଧୀନ ବାମପନ୍ଥୀମାନେ ୟୁପିଏ-୧ ସରକାରକୁ ସମର୍ଥନ କରିଥିବା ବେଳେ ୨୦୦୮ରେ ଭାରତ-ଆମେରିକା ବେସାମରିକ ପରମାଣୁ ଚୁକ୍ତିକୁ ନେଇ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ। ଏହି ବିଭାଜନ ସତ୍ତ୍ୱେ ୟେଚୁରୀ ଏକମାତ୍ର ନେତା ଭାବରେ ଦଳୀୟ ମହଲରେ ପରିଚିତ ଥିଲେ ଯିଏ ବିଜେପିକୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହିତ ଘନିଷ୍ଠ ସହଯୋଗ ପାଇଁ ନିରନ୍ତର ସମର୍ଥନ କରୁଥିଲେ।
୨୦୦୫ରୁ ୨୦୧୫ ପର୍ଯ୍ୟନ୍ତ ସାଧାରଣ ସମ୍ପାଦକ ଭାବେ କରାତଙ୍କ କାର୍ଯ୍ୟକାଳ ମଧ୍ୟରେ ୟେଚୁରୀ ନିଜକୁ ଦଳର ବିକଳ୍ପ ସ୍ୱର ଭାବେ ଉପସ୍ଥାପନ କରିଥିଲେ। ୟୁପିଏ ସରକାରରୁ ବାମପନ୍ଥୀଙ୍କ ସମର୍ଥନ ପ୍ରତ୍ୟାହାର ପରେ ପ୍ରଥମ ନିର୍ବାଚନ ୨୦୦୯ରେ ଆରମ୍ଭ ହୋଇଥିବା ସିପିଆଇ(ଏମ୍)ର ନିର୍ବାଚନୀ ପରାଜୟ ଜାରି ରହିଥିବାରୁ ଦଳର ନେତୃତ୍ୱ ନେବାର ପାଳି ଆସିଛି ବୋଲି ସେ ବିଶ୍ୱାସ କରିଥିଲେ। ୨୦୦୪ରେ ଲୋକସଭାରେ ୪୩ଟି ଆସନରେ ବିଜୟୀ ହୋଇଥିବା ସିପିଆଇ(ଏମ୍) ୨୦୦୯ରେ ୧୬କୁ ଖସି ଆସିଥିଲା।
୨୦୧୫ରେ ୟେଚୁରୀ, କରାତଙ୍କ ଠାରୁ ସାଧାରଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳର ଆସନ ସଂଖ୍ୟା ଆହୁରି ହ୍ରାସ ପାଇଥିବା ବେଳେ ଦୁଇ ବର୍ଷ ପରେ ୨୫ ବର୍ଷ ଧରି ନିଜର ଗଡ଼ ତ୍ରିପୁରାକୁ ବିଜେପି ଛାଡ଼ି ନେଇଥିଲା।
୨୦୧୭ରେ ଦଳ ନିଜର ସାଧାରଣ ସମ୍ପାଦକଙ୍କୁ ରାଜ୍ୟସଭାରେ ଆଉ ଗୋଟିଏ କାର୍ଯ୍ୟକାଳ ନଦେବାକୁ ନିଷ୍ପତ୍ତି ନେଇଥିଲା। ୟେଚୁରୀଙ୍କୁ ତୃତୀୟ ଥର ପାଇଁ କଂଗ୍ରେସର ସମର୍ଥନ ନେବା ପାଇଁ କେନ୍ଦ୍ରୀୟ ନେତୃତ୍ୱ ବିଚାର କରିବାକୁ ବେଙ୍ଗଲ ୟୁନିଟ୍ ଚାହୁଁଥିଲା, କିନ୍ତୁ କେରଳ ନେତୃତ୍ୱ ଏହାକୁ ବିରୋଧ କରିଥିଲେ।
୨୦୧୮ରେ ସିପିଆଇ(ଏମ୍) କେନ୍ଦ୍ରୀୟ କମିଟି ୟେଚୁରୀଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ୨୦୧୯ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସହ କୌଣସି ମେଣ୍ଟ କିମ୍ବା ବୁଝାମଣା ନ କରିବାକୁ କରାତଙ୍କ ପରାମର୍ଶକୁ ଆଉ ଏକ ଝଟକା ଦେଇଥିଲା।
ସିପିଆଇ(ଏମ୍) ୨୦୧୯ କିମ୍ବା ୨୦୨୪ରେ ଲୋକସଭା ଆସନରେ ଉନ୍ନତି କରିପାରିନଥିଲା। ୨୦୧୪ରେ ଲୋକସଭାରେ ୯ଟି ଆସନ ଥିବା ବେଳେ ୨୦୧୯ରେ ଏହା ୩କୁ ଖସି ଆସିଥିଲା। ୨୦୨୨ରେ ୟେଚୁରୀ ତୃତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।
୨୦୨୨ରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ୟେଚୁରୀଙ୍କୁ ଟୁ ଇନ ୱାନ ସାଧାରଣ ସମ୍ପାଦକ ବୋଲି କହିଥିଲେ। ସେ ସିପିଆଇ(ଏମ୍)ର ସାଧାରଣ ସମ୍ପାଦକ ଏବଂ କଂଗ୍ରେସର ସାଧାରଣ ସମ୍ପାଦକ ମଧ୍ୟ। ଆଉ ବେଳେବେଳେ… କଂଗ୍ରେସରେ ତାଙ୍କର ପ୍ରଭାବ ସିପିଆଇ(ଏମ୍) ତୁଳନାରେ ଅଧିକ ଥିବା କୁହାଯାଉଥିଲା।
Comments are closed.