www.samajalive.in
Saturday, December 13, 2025
23.1 C
Bhubaneswar

ଜଳୁଛି ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଜଙ୍ଗଲ, ବନ ବିଭାଗର ନିଆଁ ଲିଭାଳି ଦଳ ନିୟୋଜିତ

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ତାପର ପ୍ରଭାବ। ଲୋକେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ ସମଗ୍ର ରାଜ୍ୟର ଜଙ୍ଗଲରେ ଏବେ ନିଆଁର ରାଜୁତି। ଏହି ନିଆଁ ଦାଉରୁ ବର୍ତ୍ତି ପାରିନାହିଁ  କଲମପୁରକୁ ଘେରି ରହିଥିବା ସିଙ୍ଗାରୀ ଓ ଦେବଗିରୀ ପାହାଡ। ପ୍ରତିଦିନ  ନିଆଁ ର ପ୍ରକୋପ ବୃଦ୍ଧି ପାଉଛି। ଯାହା ଗ୍ରୀଷ୍ମ ତାପକୁ ଦ୍ୱିଗୁଣିତ କରୁଛି। ଉଭୟ ସଂରକ୍ଷିତ ଜଙ୍ଗଲର ସ୍ଥାନେ ସ୍ଥାନେ ନିଆଁ ଲାଗୁଥିବାରୁ ଶହ ଶହ ହେକ୍ଟର ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଅନେକ ମୂଲ୍ୟବାନ ଗଛ ନଷ୍ଟ ହେଉଛି। ଜାଳେଣି ସଂଗ୍ରହ ପାଇଁ ଯାଉଥିବା ଲୋକଙ୍କ ଅସାବଧାନତା ଯୋଗୁଁ ନିଆଁ ଲାଗୁଥିବା କୁହାଯାଉଥିଲେ ମଧ୍ୟ ମହୁଲ ଗୋଟାଇବା ଓ ପୋଡୁ ଚାଷ ପାଇଁ ଲୋକେ ଜଙ୍ଗଲ ଜାଳୁଥିବା ସୁଚନା ମିଳିଛି। ଏହି ଜଙ୍ଗଲପୋଡି ଦ୍ୱାରା କେବଳ ଗଛ ନୁହେଁ ଅନେକ ମୂଲ୍ୟବାନ ଔଷଧୀୟ ବୃକ୍ଷଲତା ସମେତ ବହୁ ଜଙ୍ଗଲି ଜନ୍ତୁ ଓ ପକ୍ଷୀ ସବୁ ନଷ୍ଟ ହେଉଥିବା ଦେଖାଯାଉଛି। ବିଭିନ୍ନ ଗଛ ଲତା ଓ ଔଷଧୀୟ ବୃକ୍ଷର ମଞ୍ଜି ସବୁ ପୋଡିଯାଇ ନଷ୍ଟ ହେଉଥିବାରୁ ଭବିଷ୍ୟତ ଜଙ୍ଗଲ ସୃଷ୍ଟିରେ ବାଧକ ହେଉଛି। ଗୋଟିଏ ପଟେ ନିଆଁ ଲାଗିଲେ କୁଟୁରା,ହରିଣ, ବାରହା ସମେତ ବହୁ ବନ୍ୟ ଜନ୍ତୁ ନିଜକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜନ ବସତି ମୁହାଁ ହେଇ ଶିକାରୀର କବଳରେ ପଡୁଛନ୍ତି। ଏପରିକି ଜଙ୍ଗଲ ପାଇଁ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପାଣି ସଂରକ୍ଷିତ ପାଇଁ ସଠିକ୍ ବ୍ୟବସ୍ଥା କରାଯାଉନଥିବାରୁ ପାଣି ଟିକକ ଆଶାରେ ଶିକାରୀଙ୍କ ହାବୁଡରେ ପଡୁଛନ୍ତି ବନ୍ୟ ଜନ୍ତୁ।  ବନ ବିଭାଗ ମଧ୍ୟ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛି। ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ଗୋଟିଏ ସ୍ଥାନରୁ ନିଆଁକୁ ଆୟତ କରାଯାଇଥିବା ବେଳେ ସଂଧ୍ୟାବେଳେ ପୁଣି ଦୁଇ ସ୍ଥାନରେ ନିଆଁ ଲାଗିଥିଲା। ସେହିଭଳି ଦେବଗିରୀ ସଂରକ୍ଷିତ ଜଙ୍ଗଲର ଘର୍ଲା ଓ ଘୋଡାବନ୍ଧା ଗ୍ରାମ ଉପରେ ଦୁଇଟି ସ୍ତାନରେ ନିଆଁ ଲାଗିଥିଲା। ଗୋଟିଏ ନିଆଁକୁ ଆୟତ କରାଯାଇଥିବା ବେଳେ ଅନ୍ୟ ସ୍ଥାନର ନିଆଁକୁ ଆୟତ କରିବା ପାଇଁ ବନ ବିଭାଗର ନିଆଁ ଲିଭାଳି ଦଳ ବ୍ଲୋର ମେସିନ ସହାୟତାରେ ଶୁଖିଲା ପତ୍ରକୁ ନିଆଁ ଠାରୁ ଦୂରେଇ ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି। ମାତ୍ର ଆବଶ୍ୟକ ମାନବ ସମ୍ବଳ ନଥିବାରୁ ସଠିକ୍ ସମୟରେ ନିଆଁ ଲିଭାଇବା ସମ୍ଭବ ହେଉ ନାହିଁ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories