www.samajalive.in
Saturday, December 13, 2025
26.1 C
Bhubaneswar

ସିଙ୍ଗାପୁର ଓପନ ବାତିଲ

ହାଇଦରାବାଦ୍‌: ଦେଶର ଦୁଇ ଅଗ୍ରଣୀ ସିଙ୍ଗଲ୍‌ସ ବ୍ୟାଡ଼ମିଣ୍ଟନ ଖେଳାଳି ତଥା ଲଣ୍ଡନ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜେତା ସାଇନା ନେହୱାଲ ଓ କାଦମ୍ବୀ ଶ୍ରୀକାନ୍ତଙ୍କ ଟୋକିଓ ଅଲିମ୍ପିକ୍‌ସ ଖେଳିବାର ସ୍ବପ୍ନ ଭାଙ୍ଗି ଯାଇଛି। କୋଭିଡ଼ ମହାମାରୀ ସ​‌େ​‌ତ୍ତ୍ବ ଚଳିତ ବର୍ଷ ଜୁଲାଇ -ଅଗଷ୍ଟରେ ଟୋକିଓ ଅଲିମ୍ପିକ୍‌ସ ଆୟୋଜିତ ହେବାକୁ ଯାଉଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ଲାଗି ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ରହିଥିବା ସିଙ୍ଗାପୁର ଓପନ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ବୁଧବାର ବାତିଲ କରିଦିଆଯାଇଛି। ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ କୁହାଯାଇଛି ​‌ଯେ, ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆଉ ଆୟୋଜିତ ହୋଇପାରିବ ନାହିଁ। ଫଳରେ ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ଓ କାଦମ୍ବୀ ଆଉ ଟୋକିଓ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିପାରିବେ ନାହିଁ। ୨୦୦୮ ବେଜିଂ ଅଲିମ୍ପିକ୍‌ସ ପରେ ପ୍ରଥମ ଥର ପାଇଁ ସାଇନା ଅଲିମ୍ପିକ୍‌ସ​‌ରେ ଭାଗ ନେବାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ମାଲେସିଆ ଓପନ ବାତିଲ ପରେ ସାଇନା ଓ ଶ୍ରୀକାନ୍ତଙ୍କ ଶେଷ ଆଶା ଥିଲା ସିଙ୍ଗାପୁର ଓପନ। ଉକ୍ତ ପ୍ରତିଯୋଗିତାକୁ କୋଭିଡ଼ ମହାମାରୀ ପାଇଁ ଶେଷରେ ବାତିଲ କରିଦିଆଯାଇଛି।

ସିଙ୍ଗାପୁର ଓପନ ଜୁନ୍‌ ୧୬ରୁ ଆୟୋଜିତ ହେବାର ଥିଲା। କରୋନା ମହାମାରୀ ପାଇଁ ଉକ୍ତ ପ୍ରତିଯୋଗିତା ଏବେ ଆୟୋଜନ ହେବା ଅସମ୍ଭବ ହୋଇପଡ଼ିଛି। ଏ ନେଇ ବିଶ୍ବ ବ୍ୟାଡ଼ମିଣ୍ଟନ ମହାସଂଘ ଓ ସିଙ୍ଗାପୁର ବ୍ୟାଡ଼ମିଣ୍ଟନ ଆସୋସିଏସନ ସହିତ ଆଲୋଚନା କରାଯାଇ ପ୍ରତିଯୋଗିତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବିଶ୍ବ ବ୍ୟାଡ଼ମିଣ୍ଟନ ମହାସଂଘ ପକ୍ଷରୁ କୁହାଯାଇଛି। ଆୟୋଜକ ଉକ୍ତ ଟୁର୍ଣ୍ଣାମେଣ୍ଟକୁ ସୁରକ୍ଷିତ ଭାବେ ଆୟୋଜନ କରିବା ନେଇ ସମସ୍ତ ପ୍ରକାର ପ୍ରଚେଷ୍ଟା କରିଥିଲା। କିନ୍ତୁ ବିଶ୍ବରେ କରୋନା ମହାମାରୀ ଯେଉଁଭଳି ଭାବେ ଉଗ୍ର ରୂପ ନେଉଛି ତାହାକୁ ଦେଖି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି ବୋଲି ସିଙ୍ଗାପୁର ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ଦୁଇ ଖେଳାଳିଙ୍କ ଟୋକିଓ ଅଲିମ୍ପିକ୍‌ସରେ ଭାଗ ନେବା ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିବ ବୋଲି ସ୍ପଷ୍ଟ କରିଛି ବିଶ୍ବ ବ୍ୟାଡମିଣ୍ଟନ ମହାସଂଘ। ଏହାକୁ ଦୃଷ୍ଟିରେ ରଖି ସାଇନା ଓ ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍‌ସ ନିମନ୍ତେ ଯୋଗ୍ୟତା ହାସଲ ପାଇଁ କ୍ଷୀଣ ଆଶା ଥିବା କୁହାଯାଉଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories