www.samajalive.in
Friday, December 12, 2025
15.1 C
Bhubaneswar

ପଳାତକ ନୀରବ ମୋଦୀଙ୍କୁ ବଡ଼ ଝଟକା, ସିଙ୍ଗାପୁରରେ ଜମା ୪୪ କୋଟି ଟଙ୍କା ଜବତ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏବି) ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ମଙ୍ଗଳବାର ଏକ ବଡ଼ ଝଟକା ଲାଗିଛି। ସିଙ୍ଗାପୁର ହାଇକୋର୍ଟ ମଙ୍ଗଳବାର ନୀରବ ମୋଦୀଙ୍କ ୪୪.୪୧ କୋଟି ଟଙ୍କାର ଜମା ଟଙ୍କାକୁ ଜବତ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି)ର ଆବେଦନକୁ ଆଧାର କରି ସିଙ୍ଗାପୁର ହାଇକୋର୍ଟ ଏହି ପଦକ୍ଷେପ ନେଇଛି।
ସୂଚନା ଅନୁସାରେ ସିଙ୍ଗାପୁର ହାଇକୋର୍ଟ ସେଠାକାର ବ୍ୟାଙ୍କରେ ନୀରବ ମୋଦୀ ଏବଂ ତାଙ୍କ ଭଉଣୀଙ୍କ ନାମରେ ଜମା ୪୪ କୋଟି ଟଙ୍କା ଜବତ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଟଙ୍କା ବ୍ରିଟେନର ଭର୍ଜିନ ଦୀପସ୍ଥିତ ପାଭିଲିଅନ ପଏଣ୍ଟ କର୍ପ କମ୍ପାନୀ ଖାତାରେ ଜମା ହୋଇଥିଲା। ପଳାତନ ନୀରବ ମୋଦୀଙ୍କ ଭିଣୋଇ ମୟଙ୍କ ମେହଟା ଏବଂ ଭଉଣୀ ପୂର୍ବୀ ମୋଦୀ ଏହି କମ୍ପାନୀର ମାଲିକ ଅଛନ୍ତି।
ଏହା ପୂର୍ବରୁ ଇଡି ଜୁରିଚରେ ନୀରବ ମୋଦୀ ଏବଂ ତାଙ୍କ ଭଉଣୀ ପୂର୍ବୀଙ୍କ ୬ ବ୍ୟାଙ୍କ ଖାତାକୁ ଜବତ କରିଥିଲେ। ଜୁରିଚ ଓ ସିଙ୍ଗାପୁରକୁ ମିଶାଇ ନୀରବ ମୋଦୀଙ୍କ ୧୦ଟି ଖାତା ଜବତ ହୋଇସାରିଛି। ପ୍ରକାଶ ଯେ ଲଣ୍ଡନ ଯିବା ପୂର୍ବରୁ ନୀରବ ମୋଦୀ ସିଙ୍ଗାପୁରରେ ନାଗରିକତା ପାଇଁ ଆବେଦନ କରି ବିଫଳ ହୋଇଥିଲେ। ଏବେ ସେ ଲଣ୍ଡନ ଜେଲରେ ବନ୍ଦୀ ଅଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories