www.samajalive.in
Friday, December 12, 2025
15.1 C
Bhubaneswar

ବଡ଼ସାହି : ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ପ୍ରଭଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଛାତ୍ରଛାତ୍ରୀ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିଥିଲୋ ପ୍ରଧାନ ଆଚାର୍ଯ୍ୟା ସୂର୍ଯ୍ୟକାନ୍ତି ପୁହାଣ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲୋ ମୁଖ୍ୟଅତିଥି ଭାବେ ସଞ୍ଜିବ କୁମାର କର ଯୋଗଦେଇ ଉତ୍କଳ ପାଇଁ ଉତ୍କଳମଣିଙ୍କ ଅନବଦ୍ୟ ଦାନ ସମ୍ପର୍କରେ କହିଥିଲୋ ବକ୍ତା ଭାବେ ରଞ୍ଜିତା ପାତ୍ର ଓ ହରିଶ୍ଚନ୍ଦ୍ର ହେମ୍ବ୍ରମ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନ ସମ୍ପର୍କରେ ପିଲାଙ୍କୁ କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିବମ୍‍ ପ୍ରକାଶ ଜେନା, ମୋନାଲିସା ପଣ୍ଡା, ଅତୁଲ୍ୟ ସୁନ୍ଦର ଭଞ୍ଜବାବୁ, ଯୋଗେଶ୍ୱର ସାହୁ, ବିଶ୍ୱଜିତ ବେହେରା ଓ ପଦ୍ମାବତୀ ମାଝୀ ମହାନ ଦେଶ ଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ପୂଜ୍ୟ ଗୋପବନ୍ଧୁ ଦାସଙ୍କ ଜୀବନାବଳୀ ଉପରେ ବକ୍ତବ୍ୟ ଦେଇଥିଲେ। ଛାତ୍ର ମନୋଜ କୁମାର ଭଞ୍ଜବାବୁ, ବିଜୟ ବେହେରା ଓ ଛାତ୍ରୀ ପୂଜା ଦାଶ, ମାମାଲି ସାହୁ, ସୁଶାନ୍ତି ବିନ୍ଧାଣୀ, ହରପ୍ରୀୟା ସିଂ ପ୍ରମୁଖ ପୁଣ୍ୟାତ୍ମାଙ୍କ କିର୍ତ୍ତୀ ଓ ଜୀବନୀ ଉପରେ ବକ୍ତବ୍ୟ ଦେଇଥିଲେ। ସବିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବଡ଼ସାହି ହାଇସ୍କୁଲ ପରିସରରେ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ପ୍ରଧାନଶିକ୍ଷକ ଚକ୍ରଧର ପାତ୍ର, ବିରଞ୍ଚି ନାରାୟଣ ପତି ଓ ଦେବାଶୀଷ ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନ ସମ୍ପର୍କରେ ପିଲାଙ୍କୁ କହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories