ସମାଜ ଡିଜିଟାଲ ଡେସ୍କ: ଏଣିକି ଜଙ୍ଗଲ ଜଗିବେ କୁକୁର। ଅଭୟାରଣ୍ୟଗୁଡ଼ିକରେ ବନ୍ୟଜନ୍ତୁଙ୍କ ସୁରକ୍ଷା ସାଙ୍ଗକୁ ଶିକାରୀଙ୍କ ଉପରେ ନଜର ରଖିବେ ସନ୍ଧାନୀ କୁକୁର। ପ୍ରାରମ୍ଭିକ ପର୍ଯ୍ୟାୟରେ ୭ଟି ବନଖଣ୍ଡରେ ୧୦ଟି କୁକୁରଙ୍କୁ ମୁତୟନ କରାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ଲାଗି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଅନୁଗୁଳ, ଢେଙ୍କାନାଳ, ହୀରାକୁଦ, ବାଲେଶ୍ଵର ଡିଏଫଓଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି।
ଅଭୟାରଣଗୁଡ଼ିକରେ ଅନବରତ ଜନ୍ତୁ ଶିକାରଠାରୁ ଆରମ୍ଭ କରି ଗଛ କଟାଯାଇ ଚୋରା ଚାଲାଣ କରାଯାଉଛି। ବନ୍ୟଜନ୍ତୁ ଶିକାରୀ ଏବଂ କାଠ ମାଫିଆଙ୍କ ପ୍ରାଦୁର୍ଭାବ ଯୋଗୁ ବନ୍ୟଜନ୍ତୁ ଏବଂ ବନାଞ୍ଚଳ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।



