www.samajalive.in
Sunday, December 7, 2025
26.1 C
Bhubaneswar

ସିନ୍ଦୁର କରେ ଅନେକ ସମସ୍ୟାର ସମାଧାନ

ସାଧାରଣତଃ ସିନ୍ଦୁର ବିବାହିତ ମହିଳାଙ୍କ ପ୍ରତୀକ ହୋଇଥାଏ। ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ କାମନା କରି ବିବାହିତ ନାରୀ ନିଜ ସିନ୍ଥିକୁ ସିନ୍ଦୁରରେ ଭରିଥାଆନ୍ତି। ଏଥିସହିତ ପୂଜାରେ ମଧ୍ୟ ସିନ୍ଦୁରର ବ୍ୟବହାର କରାଯାଏ। ସିନ୍ଦୁର ବିନା ପୂଜା ଅଧା ରହେ ବୋଲି କୁହାଯାଏ। ତେବେ ବାସ୍ତୁଶାସ୍ତ୍ରରେ ସିନ୍ଦୁରର ଏପରି କିଛି ବିଶେଷ ବ୍ୟବହାର ବିଷୟରେ କୁହାଯାଇଛି, ଯାହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସିନ୍ଦୁରର ସେହି ସବୁ ବ୍ୟବହାର ବିଷୟରେ –

-ପାଞ୍ଚ ମଙ୍ଗଳବାର ଓ ଶନିବାର ପର୍ଯ୍ୟନ୍ତ ସୁଗନ୍ଧିତ ତୈଳରେ ସିନ୍ଦୁର ମିଶାଇ ପ୍ରଭୁ ହନୁମାନଙ୍କୁ ଚଢାଇବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ। ସିନ୍ଦୁର ଅର୍ପଣ କରିବା ପରେ ଗୁଡ଼ ଓ ଚଣାର ପ୍ରସାଦ ମଧ୍ୟ ନିଶ୍ଚୟ ବାଣ୍ଟନ୍ତୁ।

- Advertisement -

-ଯଦି ଆପଣ ସମାଜରେ ସମ୍ମାନ ପାଇବାକୁ ଚାହୁଁଛନ୍ତି, ତେବେ ଗୋଟିଏ ପତ୍ରରେ ଫିଟିକିରି ଓ ସିନ୍ଦୁର ବାନ୍ଧି ବୁଧବାର ଅଶ୍ୱସ୍ତ ଗଛ ମୂଳରେ କୌଣସି ପଥର ତଳେ ଚାପି ରଖି ଦିଅନ୍ତୁ। ଫେରିବା ସମୟରେ ଭୁଲରେ ମଧ୍ୟ ପଛକୁ ଫେରି ଦେଖିବେ ନାହିଁ। ଏହିପରି ଲଗାତର ତିନି ବୁଧବାର ପର୍ଯ୍ୟନ୍ତ କରିବାକୁ ପଡ଼ିବ।

-ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦେଉଛି, ତେବେ ଏକ ଆଖି ନଡ଼ିଆରେ ସିନ୍ଦୁର ଲଗାଇ ତାକୁ ଲାଲ୍‍ ରଙ୍ଗର କପଡ଼ାରେ ବାନ୍ଧି ତା’ର ପୂଜା କରନ୍ତୁ। ଏବେ ଏହି ନଡ଼ିଆକୁ ନିଜ ଦୋକାନ ବା କାର୍ଯ୍ୟାଳୟର ଏକ ସ୍ଥାନରେ ମା’ଲକ୍ଷ୍ମୀଙ୍କୁ ଧନ ପ୍ରାପ୍ତିର ପ୍ରାର୍ଥନା କରି ସୁରକ୍ଷିତ ରଖିଦିଅନ୍ତୁ। ଏହାଦ୍ୱାରା ଧିରେଧିରେ ଆପଣଙ୍କ ଆର୍ଥିକ ସଙ୍କଟ ଦୂର ହୋଇଯିବ।

-ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାରରେ ତେଲରେ ସିନ୍ଦୁର ମିଶାଇ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଲଗାତର ଭାବେ ୪୦ ଦିନ ପର୍ଯ୍ୟନ୍ତ ଏହାକୁ ମୁଖ୍ୟ ଦ୍ୱାରରେ ଲଗାଇଲେ ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories