www.samajalive.in
Saturday, December 13, 2025
27.1 C
Bhubaneswar

ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ସିନ୍ଧୁ

ଜାକର୍ତ୍ତା : ଏଠାରେ ଚାଲିଥିବା ସମ୍ମାନଜନକ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ଖେଳାଳି ପି.ଭି. ସିନ୍ଧୁ। ବୁଧବାର ୫ମ ସିଡ୍ ସିନ୍ଧୁ ୩ୟ ରାଉଣ୍ଡ ମୁକାବିଲାରେ ଅଣିସିଡେଡ୍‌ ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍‌ଡଙ୍କୁ ୩ଟି ଗେମ୍‌ର କଡ଼ା ମୁକାବିଲା ପରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୨ ମିନିଟ ଧରି ଚାଲିଥିଲା। ଏଥି​‌େ​‌ର ସିନ୍ଧୁ ୨୧-୧୪, ୧୭-୨୧, ୨୧-୧୧ରେ ପରାସ୍ତ କରିଛନ୍ତି।
ସୂଚନାଯୋଗ୍ୟ; ଚଳିତବର୍ଷ ସିନ୍ଧୁ ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍‌ଡଙ୍କ ସହ ୩ୟ ଥର ଖେଳିଥିବା ବେଳେ ୩ୟ ବିଜୟ ହାସଲ କରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା କ୍ବାର୍ଟରଫାଇନାଲରେ ସିନ୍ଧୁ ୩ୟ ସିଡ୍ ଜାପାନର ନୋଜୋମି ଓକୁହାରାଙ୍କ ମୁକାବିଲା କରିବେ। ସିନ୍ଧୁ ପ୍ରଥମ ଗେମ୍‌କୁ ଜିତିବା ପରେ ୨ୟ ଗେମ୍‌ରେ ସ୍କୋର୍ ୧୦-୧୦ ଥିବା ବେଳେ ବ୍ଲିଚ୍‌ଫେଲ୍‌ଡ ଆଗୁଆ ହୋଇ ଯାଇଥିଲେ। ତେବେ ନିର୍ଣ୍ଣାୟକ ୩ୟ ଗେମ୍‌ରେ ସିନ୍ଧୁ ଲଢ଼ୁଆ ପ୍ରଦର୍ଶନ କରି ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍‌ସରେ ଭାରରତ କେ. ଶ୍ରୀକାନ୍ତଙ୍କ ଅଭିଯାନ ଶେଷ ହୋଇଯାଇଛି। ୮ମ ସିଡ୍ ଶ୍ରୀକାନ୍ତଙ୍କୁ ହଂକଂର ଏନ୍‌ଜି କା ଲଙ୍ଗ୍ ଆଙ୍ଗସ୍ ୨୧-୧୭, ୨୧-୧୯ରେ ପରାସ୍ତ କରିଛନ୍ତି। ଭାରତୀୟ ପୁରୁଷ ଡବଲ୍‌ସ ଖେଳାଳି ସାତ୍ତ୍ବିକସାଇରାଜ ରାଙ୍କିରେଡ୍‌ଡୀ ଓ ଚିରାଗ ସେଟ୍ଟି ୩ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ରାଙ୍କିରେଡ୍‌ଡୀ-ଚିରାଗଙ୍କୁ ଟପ୍‌ ସିଡ୍ ଇଣ୍ଡୋନେସିଆର ମାର୍କସ ଫର୍ଣ୍ଣାଲ୍‌ଡି ଗିଡିଓନ୍ ଓ କେଭିନ୍ ସଞ୍ଜୟ ସୁକାମୁଲ୍ୟୋ ୨୧-୧୫, ୨୧-୧୪ ଗେମ୍‌ରେ ପରାସ୍ତ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories