ସିମୁଳିଆ: ନବ ବର୍ଷରେ ଘରେ କେହି ନ ଥିବା ବେଳେ ଦିନ ଦ୍ୱିପ୍ରହରରେ ଘର ପଛ ପଟୁ ଝରକା ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନେଇଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି। ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବାଉରିପଦା ପଞ୍ଚାୟତର ରାମ୍ପୋ ଗ୍ରାମର ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଥିବା ରାଜେନ୍ଦ୍ର ଖଟୁଆଙ୍କ ପରିବାର ଲୋକେ ନୂତନ ବର୍ଷ ଉପଲକ୍ଷେ ବକ୍ରେଶ୍ୱର ମନ୍ଦିର ଯାଇଥିଲେ। ଘରେ କେହି ନ ଥିବାର ସୁଯୋଗ ନେଇ ଚୋର ଘର ପଛ ପଟ ଗ୍ରୀଲ ଭାଙ୍ଗି ଘରେ ପଶି ଆଲମିରାକୁ ଲୁହା ଶାବଳରେ ତାଡି ସେଥିରେ ଥିବା ନଗଦ ଏକ ଲକ୍ଷ ଟଙ୍କା ଓ ୫ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ଗହଣା ଚୋରି କରି ନେଇଥିବାର ସିମୁଳିଆ ଥାନାରେ ମିଟି ଖଟୁଆ ଅଭିଯୋଗ କରିଥିବା ଜଣାଯାଇଛି। ଅଭିଯୋଗ ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରିଛି। ସିମୁଳିଆ ଥାନା ଅଞ୍ଚଳରେ ବାରମ୍ବାର ଚୋରି, ଡକାୟତି ଓ ଲୁଟ ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଏଯାଏଁ ଲୁଟେରା ଧରାପଡି ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
Popular Categories



