ଢେଙ୍କାନାଳ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ବଳି ଦିଆଯାଇଛି । ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନାନୁଯାୟୀ, ବୁଧବାର ମଧ୍ୟାହ୍ନ ସମୟରେ ଗାଁ ଭିତରେ ଅଭିଯୁକ୍ତ ଜଣକ ପ୍ରଥମେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଘୋଷାଡି ଘୋଷାଡି ନେଇ ଗାଁ ଠାକୁରାଣୀଙ୍କ ପଣାଖୁଣ୍ଟିରେ ଲଟକାଇ ଟାଙ୍ଗିଆରେ ଖଣ୍ଡ ଖଣ୍ଡ କରିବା ପରେ ଗାଁ ସାରା ଫିଙ୍ଗି ଥିଲା। ମୃତ ଯୁବକ ଜଣକ ହେଲେ ବସୋଇ ଗାଁର ରାକେଶ ସେଠୀ (୨୭)।
ସୂଚନାନୁଯାୟୀ ବୁଧବାର ମଧ୍ୟାହ୍ନରେ ରାକେଶ ନିଜ ପୁଅ ସହ ଚାଲି ଚାଲି ଚିକେନ ଦୋକାନକୁ ଯାଉଥିଲେ । ସେହି ସମୟରେ ଉକ୍ତ ଗାଁର ସରୋଜ ବିଶ୍ୱାଳ ହଠାତ୍ ପଛପଟୁ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ପୁଅ ମାଆକୁ ଏହି ଖବର ଦେବା ପରେ ରାକେଶଙ୍କ ପତ୍ନୀ ସୁଭଦ୍ରା ସେଠାରେ ପହଞ୍ଚିଥିଲେ ମଧ୍ୟ ସରୋଜ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଭୟରେ ଅନେକ ଲୋକେ ପାଖକୁ ନଯିବା ସହ କିଛି ଲୋକେ ଭିଡିଓ କରୁଥିଲେ ମାତ୍ର ବିରୋଧ କରିନଥିଲେ । ଖବର ପାଇ କାମାକ୍ଷାନଗର ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଘଟଣା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଛି ।
ଲୋମହର୍ଷଣକାରୀ; ଠେଙ୍ଗାରେ ପିଟିପିଟି ହତ୍ୟା ପରେ ପଣାଖୁଣ୍ଟିରେ ବଳି, ମୃତଦେହକୁ ଖଣ୍ଡ ଖଣ୍ଡ କରି ଗାଁରେ ଫିଙ୍ଗିଲା..
Popular Categories



