www.samajalive.in
Saturday, December 6, 2025
14.1 C
Bhubaneswar

ବାସ୍ତୁ : ଦକ୍ଷିଣ ଦିଗରେ କ’ଣ ରଖିବେ,କ’ଣ ନାହିଁ..

ବାସ୍ତୁ ଶାସ୍ତ୍ରରେ ପ୍ରତ୍ୟେକ ଜିନିଷର ଖୁବ ମହତ୍ତ୍ୱ ରହିଛି। ବ୍ୟବସାୟ, ଟଙ୍କା ପଇସା ରୋଜଗାର, ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଗୃହ ପ୍ରବେଶ ପର୍ଯ୍ୟନ୍ତ ବାସ୍ତୁ ନିୟମର ପାଳନ କରାଯାଏ। ଏହା ବ୍ୟତୀତ ବିବାହ, ର୍ନିବନ୍ଧ ସହ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନରେ ମଧ୍ୟ ବାସ୍ତୁ ନିୟମର ପାଳନ କରାଯାଏ। ବାସ୍ତୁ ନିୟମର ସଠିକ ଭାବେ ପାଳନ ନକରିବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ। କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିପାରି ନଥାଏ। କର୍ମକ୍ଷେତ୍ରରେ ସଫଳତା ଓ ବ୍ୟବସାୟରେ ଉନ୍ନତି ପାଇଁ କିଛି ସ୍ୱତନ୍ତ୍ର ବାସ୍ତୁ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ। ଜାଣନ୍ତୁ..

ଜାଣତରେ ଅଜାଣତରେ ହେଉଥିବା ଭୁଲ୍‌‌ ପାଇଁ ଅନେକ ସମୟରେ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ଲୋକେ ଦକ୍ଷିଣ ଦିଗରେ ଝରକା ରଖିଥାଆନ୍ତି। କୁହାଯାଏ, ଘରର ଦକ୍ଷିଣ ଦିଗରେ ଝରକା ଥିଲେ, ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାସହ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ତେଣୁ ଘରର ଦକ୍ଷିଣ ଦିଗରେ ଝରକା ଆଦୌ ରଖନ୍ତୁ ନାହିଁ। ଏହା ଦ୍ୱାରା କର୍ମକ୍ଷେତ୍ର ଓ ସଫଳତା ପ୍ରାପ୍ତିରେ ସମସ୍ୟା ଲାଗି ରହିଥାଏ।

- Advertisement -

ସମୟ ଦେଖିବା ଓ ଜାଣିବା ପାଇଁ ଘରେ ଘଣ୍ଟା ଲଗା ଯାଇଥାଏ। ଘରର କାନ୍ଥରେ ଘଣ୍ଟା ଲଗାଯାଏ। ମାତ୍ର ଏହାକୁ ସଠିକ୍‌‌ ଦିଗରେ ଲଗାଇବା ନିତାନ୍ତ ଆବଶ୍ୟକ। ବାସ୍ତୁରେ ମଧ୍ୟ ଘଣ୍ଟାକୁ ସଠିକ ଦିଗରେ ଲଗାଇବା ପାଇଁ ବର୍ଣ୍ଣନା କରାଯାଇଛି। ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବାକୁ ବାରଣ କରାଯାଇଛି। ଏହି ଦିଗରେ ଘଣ୍ଟା ଲଗାଇବା ଶୁଭଙ୍କର ନୁହେଁ। ଏହାଦ୍ୱାରା କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥାଏ। ତେଣୁ ଘଣ୍ଟା ରଖିବା ପାଇଁ ଦିଗର ସର୍ବଦା ଧ୍ୟାନ ଦିଅନ୍ତୁ।

କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସଫଳତା ପାଇଁ ଦକ୍ଷିଣ ଦିଗରେ ଆଦୌ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଉତ୍ତର-ପୂର୍ବ ଦିଗରେ ଆଇନା ରଖିପାରିବେ। ଏହାଦ୍ୱାରା ଘରେ ସୁଖସମୃଦ୍ଧି, ଶାନ୍ତି ସର୍ବଦା ରହିଥାଏ।

ରୋଷେଇ ଘର,ଗାଧୁଆ ଘର ଭଳି ପ୍ରତ୍ୟେକ ସ୍ଥାନରେ ବାସ୍ତୁ ନିୟମ ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories