ବାସ୍ତୁ ଶାସ୍ତ୍ର ଅନୁଯାୟୀ,କେତେକ ନିୟମର ପାଳନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ସେଭଳି କିଛି ନିୟମର ଅଣଦେଖା କରିବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜାଣନ୍ତୁ ବାସ୍ତୁ ଅନୁଯାୟୀ କେଉଁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦେବେ..
ହିନ୍ଦୁ ଧର୍ମରେ ଝାଡୁ ଖୁବ ଶୁଭ ବୋଲି ମାନ୍ୟତା ରହିଛି। ତେଣୁ ଏହାକୁ କଦାପି ଭୁଲ୍ ସ୍ଥାନରେ ରଖନ୍ତୁ ନାହିଁ। ଏହାକୁ ଖଟ ତଳେ ଆଦୌ ରଖନ୍ତୁ ନାହିଁ। ଏହାଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଟଙ୍କାର ଅଭାବ ଲାଗି ରହିଥାଏ।
ସଭିଁଙ୍କ ନଜରକୁ ଯେଉଁ ସ୍ଥାନ ଆସୁନଥିବ ସେଠାରେ ଝାଡୁ ରଖନ୍ତୁ। ଉତ୍ତର-ପଶ୍ଚିମ ଦିଗରେ ଝାଡୁ ରଖିପାରିବେ। ଝାଡୁକୁ କଦାପି ରୋଷେଇ ଘର, ଶୟନ କକ୍ଷ କିମ୍ବା ପୂଜା କକ୍ଷରେ ରଖନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ।
ବୈଦ୍ୟୁତିକ ଉପକରଣ ଯେପରି ମୋବାଇଲ କିମ୍ବା ଘଣ୍ଟାକୁ ନିଜର ଅତି ନିକଟରେ ରଖି ଶୁଅନ୍ତୁ ନାହିଁ। ନିଜ ପାଠପଢା ସହ ଜଡିତ ଜିନିଷ ମଧ୍ୟ ନିକଟରେ ରଖି ଶୁଅନ୍ତୁ ନାହିଁ।
ତକିଆ ତଳେ ଅଳ୍ପ ଫିଟିକିରି ରଖି ଶୋଇବା ଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ। ବାରମ୍ବାର ରାତିରେ ନିଦ ଭାଙ୍ଗୁ ଥିଲେ କିଛି ଗୁଜୁରାତି ତକିଆ ତଳେ ରଖି ଶୁଅନ୍ତୁ। ଶୋଇବା ପୂର୍ବରୁ ଶୋଇବା ସ୍ଥାନ ନିକଟରେ ଏକ ପାଣି ପାତ୍ର ରଖି ଶୁଅନ୍ତୁ। ସକାଳେ ଏହାକୁ ଏକ ଗଛ ମୂଳେ ଢାଳି ଦିଅନ୍ତୁ।



