www.samajalive.in
Friday, December 5, 2025
20.1 C
Bhubaneswar

୪ ମାସ ହେଲା ଖାଲି ପଡିଛି ସିଡିପିଓ ପଦବୀ

ହରଭଙ୍ଗା : ହରଭଙ୍ଗା ବ୍ଲକରେ ଦୀର୍ଘ ୪ ମାସ ହେଲା ସିଡିପିଓ ପଦବୀ ଖାଲି ପଡିଛି। ଫଳରେ ବ୍ଲକରେ ଶିଶୁ ବିକାଶ ଯୋଜନା ଏକ ପ୍ରକାର ବାଟବଣା ଅବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ ବ୍ଲକ ଶିଶୁ ବିକାଶ ଅଧିନରେ ୨୧୯ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡିକର ତଦାରଖ ପାଇଁ ୧୦ଜଣ ସୁପରଫାଇଜର ପଦବୀ ରହିଛି। ମାତ୍ର ବର୍ତମାନ ବ୍ଲକରେ ଶିଶୁ ବିକାଶ ମୁଖିଆ ନ ଥିବାବେଳେ ଏହାର ଅତିରିକ୍ତ ଦାୟିତ୍ୱ ବୌଦ୍ଧ ସିଡିପିଓଙ୍କୁ ହସ୍ତାନ୍ତର କରାଯାଇଛି। ଜଣେ ଅଧିକାରୀଙ୍କୁ ଦୁଇ ଦୁଇଟି ଦାୟିତ୍ୱ ତୁଳାଇବା କଷ୍ଟକର ହୋଇପଡୁଛି।
ସେହି ଅନୁସାରେ ଆବଶ୍ୟକତା ଥିବା ୧୦ ସୁପରଫାଇଜର ପଦବୀରୁ ୦୬ଜଣ ସୁପରଫାଇଜର ଥିବାବେଳେ କେନ୍ଦ୍ରଗୁଡିକରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଅଣ୍ଡା,ଛତୁଆ ଭଳି ପୁଷ୍ଟିକର ଖାଦ୍ୟ ତଥା ରନ୍ଧାଖାଦ୍ୟ ଏବଂ ପ୍ରାକ୍ ଶିକ୍ଷାର ତଦାରଖରେ ବଡ ବ୍ୟତିକ୍ରମ ଦେଖାଦେଇଛି।ଯାହାଫଳରେ ଜଣେ ସ୍ଥାୟୀ ସି.ଡି.ପି.ଓ ଅଭାବରୁ ବ୍ଲକରେ ଶିଶୁ ବିକାଶ ଯୋଜନା କିପରି ଚାଲିଛି ତାହା ଆପେ ଆପେ ବୁଝାପଡିଯାଉଛି। ଅନ୍ୟପଟେ ଅତିରିକ୍ତ ଦାୟିତ୍ୱରେଥିବା ଅଧିକାରୀଜଣଙ୍କ ସପ୍ତାହକୁ ଦୁଇରୁ ତିନିଥର ଆସି କାର୍ଯ୍ୟ ତୁଳାଉଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବ୍ଲକରେ ଶୂନରୁ ୦୩ ବର୍ଷ ପର୍ଯ୍ୟନ୍ତ ୫ହଜାର ୫୪୩ ଜଣ ଶିଶୁ ରହିଛନ୍ତି।ସେଥିରୁ ୪ ହଜାର ୭୪୩ ଜଣ ଶିଶୁଙ୍କୁ ଛତୁଆ ପ୍ରଦାନ କରାଯାଉଛି। ସେହିପରି ୦୩ରୁ ୦୬ବର୍ଷ ପର୍ଯ୍ୟନ୍ତ ୫ହଜାର ୭୪୯ଜଣ ଶିଶୁ ରହିଛନ୍ତି। ସେଥିରୁ ୪ ହଜାର ୭୧୬ ଜଣ ଶିଶୁ ପ୍ରାକ୍ ଶିକ୍ଷା ଗ୍ରହଣ କରୁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଜଣେ ସ୍ଥାୟୀ ସିଡିପିଓ ନିଯୁକ୍ତି ଦେବା ସହ ୦୪ ଜଣ ସୁପରଫାଇଜର ପଦବୀ ପୂରଣ କରିବାକୁ ଦାବୀ ହେଉଛି।

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories