www.samajalive.in
Monday, December 15, 2025
26.1 C
Bhubaneswar

ବାସ୍ତୁ ; କ୍ଷୀର ଥିବା ପାତ୍ରକୁ କଦାପି ଖୋଲା ରଖନ୍ତୁ ନାହିଁ..

ବାସ୍ତୁ ଅନୁଯାୟୀ, ଯେଉଁ ପାତ୍ରରେ କ୍ଷୀର ରଖିଛନ୍ତି ଗୋଟିଏ କଥା ପ୍ରତି ନିଶ୍ଚୟ ଧ୍ୟାନ ରଖନ୍ତୁ। କ୍ଷୀର ଥିବା ପାତ୍ରକୁ କଦାପି ଖୋଲା ରଖନ୍ତୁ ନାହିଁ। କ୍ଷୀରକୁ ଖୋଲା ରଖୁଥିଲେ,ଘରେ ତଥା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଓ ଅଶାନ୍ତି ବୃଦ୍ଧି ପାଇଥାଏ। ମାନସିକ ଦୁୁଶ୍ଚିନ୍ତା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।
ଘରର ଛାତ ଉପରେ କଦାପି ଖାଲି ମାଠିଆ,ପୁରୁଣା ଜିନିଷ, ଖରାପ ହୋଇ ଯାଇଥିବା ଜିନିଷ ଆଦି ରଖନ୍ତୁ ନାହିଁ। ବିଶେଷ କରି ଶୟନ କକ୍ଷରେ ମଧ୍ୟ କୌଣସି ଅଦରକାରୀ ଜିନିଷ ଆଦୌ ରଖନ୍ତୁ ନାହିଁ। ଏହାସହ ରାତିରେ ଶୋଇବା ସମୟରେ ନିଜ ମୁଣ୍ଡ ଉପରକୁ ଲାଲ ରୁମାଲ ରଖନ୍ତୁ। ଏହାଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ। ଘରକୁ ସର୍ବଦା ଅନ୍ଧକାର ରଖନ୍ତୁ ନାହିଁ। ଅନ୍ଧାର ରଖିଲେ ମାନସିକ ଅଶାନ୍ତି ସୃଷ୍ଟି ହୋଇଥାଏ।
ଘରର ମୁଖ୍ୟଦ୍ୱାର ସାମ୍ନାରେ ଭୁଲରେ ମଧ୍ୟ କଣ୍ଟାଜାତୀୟ ଗଛ ରଖନ୍ତୁ ନାହିଁ। ଏହାବ୍ୟତୀତ ଘରର ସାମ୍ନାରେ ଅସନା ଅପରିଷ୍କାର ଜମା ହେବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରେ ଆର୍ଥିକ ଅଭାବ ସହ ଜୀବନରେ ସମସ୍ୟା ଲାଗି ରହିଥାଏ। ଘରର ମୁଖ୍ୟ ଦ୍ୱାର ଶୁଭଲାଭ ପ୍ରତୀକ ଚିହ୍ନ, ଓଁ, ପ୍ରଭୁ ଗଣେଶ ଆଦି ରଖନ୍ତୁ। ଏହାଦ୍ୱାରା ଘରେ ଖୁସିର ବାତାବରଣ ସହ ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନରେ ଖୁସି ଭରିଯାଏ।
ରୋଷେଇ ଘରକୁ କଦାପି ଜୋତା ଚପଲ ପିନ୍ଧି ଯାଆନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କର ଅବମାନନା ହୋଇଥାଏ। ଆର୍ଥିକ ସମସ୍ୟା ଦେଖାଦିଏ। ଗାଈ ଓ କାଉଙ୍କୁ ପ୍ରତିଦିନ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଧନର ଅଭାବ ହୋଇନଥାଏ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories