www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନଶିକ୍ଷକ ବଦଳିର ପ୍ରତିବାଦ ; ବିଦ୍ୟାଳୟରେ ଅଭିଭାବକ ପକାଇଲେ ତାଲା

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକସ୍ଥିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବଦଳି ପ୍ରତିବାଦରେ ଅଭିଭାବକମାନେ ବୁଧୁବାର ତାଲାପକାଇ ଏହାର ପ୍ରତିବାଦ ଜଣାଇଛନ୍ତି। ଅନ୍ୟପଟେ ସ୍କୁଲ ସମ୍ମୁଖରେ ଧାରଣାରତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ସାମିଲ ହୋଇଥିବା ଜଣାପଡିଛି। ପ୍ରକାଶ ଯେ ଚାରିଛକ ମଧ୍ୟଇଂରାଜୀ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ୧୪୭ ଜଣ ପିଲା ପାଠପଢୁଛନ୍ତି। ଏମାନଙ୍କ ଶିକ୍ଷାଦାନ ପାଇଁ ପ୍ରଧାନଶିକ୍ଷକଙ୍କୁ ମିଶାଇ ୦୬ ଜଣ ଶିକ୍ଷକ ରହିଛନ୍ତି। ଗତ ମଙ୍ଗଳବାର ୫୯ ଜଣ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକଭାବେ ପଦୋନ୍ନତି ମିଳିଛି। ପଦୋନ୍ନତି ପରେ ପ୍ରଧାନଶିକ୍ଷକ ନିର୍ମଳ ରଣାଙ୍କୁ ଚାରିଛକ ମଧ୍ୟଇଂରାଜୀ ବିଦ୍ୟାଳୟରେ ନିଯୁକ୍ତି ପ୍ରଦାନ କରାଯାଇଛି। ତାଙ୍କ ନିଯୁକ୍ତି ବଦଳରେ ପ୍ରଧାନ ଶିକ୍ଷକ ଶୁଶିଲ ଭୋଇଙ୍କୁ ଲୋକାପଡା ମଧ୍ୟ ଇଂରାଜୀକୁ ବଦଳି କରାଯାଇଛି। ପ୍ରଧାନ ଶିକ୍ଷକ ଶୁଶିଲ ଭୋଇଙ୍କ ବଦଳି ପ୍ରତିବାଦରେ ଅଭିଭାବକମାନେ ସ୍କୁଲରେ ତାଲା ପକାଇଥିବା ଜଣାପଡିଛି। ଅନ୍ୟପଟେ ଆଲୋଚନା ପାଇଁ ଘଟଣାସ୍ଥଳରେ ସି.ଆର.ସି.ସି ପଂହଚି ଅଭିଭାବକଙ୍କୁ ବୁଝାଇବା ପରେ ମଧ୍ୟ ସେମାନେ ବିଇଓ ଏବଂ ଡିଇଓ ଆସି ଆଲୋଚନା କଲାପରେ ଯାହାହେବ ବୋଲି କହିଛନ୍ତି । ବିଇଓ ଘଟଣାସ୍ଥଳରେ ପହଂଚି ତୁରନ୍ତ ସମାଧାନ କରିବାକୁ ଦାବି ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories